Odiapua.com

ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ ବୈଠକ : ନିଆଯିବ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆ ଦିଲ୍ଲୀ ୨-୩ (ଓଡ଼ିଆ ପୁଅ) ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ଭିଡିଓ କନଫରେନ୍ସ ମାଧ୍ୟମରେ ହେବାକୁ ଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଛି।

ପେଟ୍ରୋଲିୟମ ଉତ୍ପାଦ ଉପରେ କେନ୍ଦ୍ରୀୟ ଏକ୍ସାଇଜ୍ ଦର ହ୍ରାସ କରାଯାଇପାରେ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟଯେ, ଦିନକୁ ଦିନ ତୈଳ ଦର ବୃଦ୍ଧି ଲୋକଙ୍କୁ ଅତିଷ୍ଠ କରିସାରିଲାଣି। କେବଳ ପେଟ୍ରୋଲ, ଡିଜେଲ ନୁହେଁ, ଏଲ୍‌ପିଜି, ସିଏନ୍‌ଜି ଦରରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳୁଛି। ଏହା ଫଳରେ ବଜାରରେ ପନିପରିବା ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ମଧ୍ୟ ବୃଦ୍ଧି ପାଇବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି।

ଆଗକୁ ଆସୁଛି ପାଞ୍ଚଟି ରାଜ୍ୟରେ ବିଧାନ ସଭା ନିର୍ବାଚନ। ପେଟ୍ରୋଲ ଦରକୁ ନେଇ ବିରୋଧି କଂଗ୍ରେସ ପ୍ରତ୍ୟେହ ଶାସକ ଦଳକୁ ଘେରିବାକୁ ଲାଗିଛି।