Odiapua.com

ଆକ୍ସନ ଜାରୀ: ପଡ଼ିଲା ଚଡ଼କ, ଚଢ଼ିଲା ବୁଲଡୋଜର ..

ନୂଆଦିଲ୍ଲୀ: ବୁଲଡୋଜର ବାବା ନାମରେ ପରିଚୟ ସୃଷ୍ଟି କରିଥିବା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବୁଲଡୋଜର ଅଭିଯାନ ଜାରୀ ରହିଛି। ବହୁଜନ ସମାଜବାଦୀ ପାର୍ଟି (ବିଏସ୍‌ପି) ବିଧାୟକ ହତ୍ୟା ମାମଲାର ମୁଖ୍ୟ ସାକ୍ଷୀ ଉମେଶ ପାଲ୍‌ ହତ୍ୟା ଘଟଣାରେ ସମ୍ପୃକ୍ତ ଆତିକ ଅହମଦଙ୍କର ପ୍ରମୂଖ ସହଯୋଗୀ ସଫଦର ଅଲିଙ୍କ ଘରକୁ ପ୍ରଶାସନ ଭାଙ୍ଗିଦେଇଛି। ଦୁଇ ଦିନ ମଧ୍ୟରେ ପ୍ରଶାସନର ଏହା ଦ୍ୱିତୀୟ କାର୍ଯ୍ୟାନୁଷ୍ଠାନ। ଅସ୍ତ୍ର ବ୍ୟବସାୟୀ ସଫଦରଙ୍କ ଦୁଇ ମହଲା ବିଲ୍ଡିଂକୁ ଭାଙ୍ଗିବା ପାଇଁ ୩ଟି ବୁଲ୍‌ଡୋଜରକୁ ନିୟୋଜିତ କରାଯାଇଥିଲା। ଧୁମାନଗଞ୍ଜ ଥାନା ଅଞ୍ଚଳରେ ଉକ୍ତ ବିଲ୍ଡିଂ ବେଆଇନ ଭାବେ ନିର୍ମାଣ କରାଯାଇଥିଲା ବୋଲି ପ୍ରୟାଗରାଜ ଉନ୍ନୟନ କର୍ତ୍ତୃପକ୍ଷ ଅଧିକାରୀ କହିଛନ୍ତି। ବୁଧବାର ଆତିକଙ୍କ ଅନ୍ୟତମ ସହଯୋଗୀ ଜାଫର ଅହମଦଙ୍କ ଘରକୁ ପ୍ରଶାସନ ଭାଙ୍ଗିଥିଲା। ଏହି ସମୟରେ ଜାଫରଙ୍କ ଘରୁ ଏୟାରଗନ୍‌ ମିଳିଥିଲା ବୋଲି ଜଣାପଡ଼ିଛି।
-/DevDr