Odiapua.com

ଉମା ଭାରତୀ କରୋନା ପଜେଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ, ବିଜେପି ନେତ୍ରୀ ଉମା ଭାରତୀ କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି। ରୃଷିକେଶ ଏବଂ ହରିଦ୍ୱାର ମଧ୍ୟରେ ବନ୍ଦେ ମାତରମ୍ କୁଞ୍ଜରେ ଉମା ନିଜକୁ କ୍ୱାରେଣ୍ଟାଇନ୍ କରିଛନ୍ତି। ଉମା ଭାରତୀ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଟୁଇଟ୍‌ରେ ଉମା ଭାରତୀ ଲେଖିଛନ୍ତି, “ମୁଁ ଆପଣ ମାନଙ୍କ ସୂଚନା ପାଇଁ ଜଣାଇ ଦେଉଛି କି ମୋର ପର୍ବତ ଯାତ୍ରା ଶେଷ ଦିନରେ ମୁଁ ପ୍ରଶାସନକୁ ଅନୁରୋଧ କରି କରୋନା ଟେଷ୍ଟ ଦଳକୁ ଡାକିଥିଲି। କାରଣ ମୋର ୩ ଦିନ ଧରି ସାମାନ୍ୟ ଜ୍ୱର ହୋଇଥିଲା। ମୁଁ ହିମାଳୟରେ କୋଭିଡର ସମସ୍ତ ଆଇନଗତ ନିଷେଧ ଏବଂ ସାମାଜିକ ଦୂରତା ଅନୁସରଣ କଲି। ତଥାପି ମୁଁ କରୋନା ପଜେଟିଭ୍ ଚିହ୍ନଟ ହୋଇଛି। ମୁଁ ବର୍ତ୍ତମାନ ହରିଦ୍ୱାର ଏବଂ ରୃଷିକେଶ ମଧ୍ୟରେ ବନ୍ଦେ ମାତରମ୍ କୁଞ୍ଜରେ କ୍ୱାରେଣ୍ଟାଇନରେ ଅଛି। ଯାହା ମୋ ପରିବାର ପରି। ୪ ଦିନ ପରେ ମୁଁ ପୁନର୍ବାର ପରୀକ୍ଷା କରିବି। ଯଦି ପରିସ୍ଥିତି ସମାନ ରହେ, ତେବେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ମୁଁ ନିଷ୍ପତ୍ତି ନେବି। ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜର କୋଭିଡ୍ ଟେଷ୍ଟ କରାଇ ନିଅନ୍ତୁ। ନିଜର ଯତ୍ନ ନିଅନ୍ତୁ।” /- ଦେବଦତ୍ତ ରଥ