Odiapua.com

ଇଣ୍ଡୋନେସିଆରେ ୬.୮ ତୀବ୍ରତାର ଯୁଗ୍ମ ଭୂମିକମ୍ପ

ନୂଆ ଦିଲ୍ଲୀ ୧୯-୮ (ଓଡ଼ିଆ ପୁଅ) ଇଣ୍ଡୋନେସିଆର ପଶ୍ଚିମ ବେଙ୍ଗକୁଲୁ ପ୍ରଦେଶରେ ଯୁଗ୍ମ ଭୂକମ୍ପ। ବୁଧବାରଦିନ ରିକ୍ଟର ସ୍କେଲରେ ୬.୮ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିବା AFP ରିପୋର୍ଟ କରିଛି।

ପ୍ରଥମେ ଏକ ଭୂକମ୍ପ ହୋଇଥିଲା ଏହାପରେ କିନ୍ତୁ କିଛି ସମୟ ପରେ ଆଉ ଏକ ତାବ୍ର ଭୂମିକମ୍ପ ହୋଇଥିଲା ଏବଂ ଏହା ମଧ୍ୟ ଶକ୍ତିଶାଳୀ ଥିଲା ଜଣେ ସ୍ଥାନୀୟ ବାସିନ୍ଦା AFP କୁ କହିଛନ୍ତି।

ସିନ୍ଧୁ ରିପୋର୍ଟ ମୁତାବକ, ପ୍ରଥମ ଭୂକମ୍ପ ସ୍ଶାନୀୟ ସମୟ ୫.୨୯ ରେ ବଙ୍ଗକୁଲୁ ଉତ୍ତର ଜିଲ୍ଲାର ଦକ୍ଷିଣ-ପଶ୍ଚିମଠାରୁ ୭୮ କିଲୋମିଟର ଏବଂ ସମୁଦ୍ର ଶଯ୍ୟା ତଳୁ ୧୧ କିଲୋମିଟର ଗଭୀରରେ ହୋଇଥିଲା।