Odiapua.com

ପୁଣି ଆଉ ୨ ନୂଆ ଆକ୍ରାନ୍ତ ଚିହ୍ନଟ – ଆକ୍ରାନ୍ତଙ୍କ ସଂଖ୍ୟା ୧୪୫କୁ ବୃଦ୍ଧି

ଭୁବନେଶ୍ବର ୧-୫ (ଓଡ଼ିଆ ପୁଅ) : ରାଜ୍ୟରେ ପୁଣି ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୫କୁ ବୃଦ୍ଧି ହୋଇଛି। ୨ ଜଣ ବଲାଙ୍ଗିର ଜିଲ୍ଲାର ବୋଲି ଜଣାପଡ଼ିଛି। ସେମାନେ ତାମିଲନାଡୁ ଫେରନ୍ତା ବୋଲି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ତେବେ ପ୍ରଥମ ଥର ପାଇଁ ବଲାଙ୍ଗୀର ଜିଲ୍ଲାରୁ ଦୁଇଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଫଳରେ ବଲାଙ୍ଗୀର ଜିଲ୍ଲା ବାସୀଙ୍କର ଚିନ୍ତା ବଢ଼ିଛି। ଦୁଇ ପଜିଟିଭ୍ ବଲାଙ୍ଗୀର ଲେଖାରିଆ ଗାଁରେ ବୋଲି ଜଣାଯାଇଛି। ଉଭୟଙ୍କର ବୟସ ଯଥାକ୍ରମେ ୨୨ ଓ ୧୮ ବର୍ଷ। ଏଦୁହେଁ ତାମିଲନାଡ଼ୁରୁ ଫେରିଛନ୍ତି। ଉଭୟଙ୍କର ଟ୍ରାଭେଲ ହିଷ୍ଟ୍ରି ଏବଂ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି |ରାଜ୍ୟରେ ୧୪୫ଟି ପଜିଟିଭ୍ କେସ୍‌ ଆସିଥିବା ବେଳେ ୧୦୩ ଜଣଙ୍କ ଚିକିତ୍ସା ଚାଲିଛି ଓ ୪୧ ଜଣ ସୁସ୍ଥ ହୋଇସାରିଲେଣି। ଜଣଙ୍କର ମୃତ୍ୟୁ ହୋଇଛି।