Odiapua.com

ପୁଣି ଯାଜପୁର ଜିଲ୍ଲାରୁ ୨ ନୂଆ ଆକ୍ରାନ୍ତ ଚିହ୍ନଟ – ଆକ୍ରାନ୍ତଙ୍କ ସଂଖ୍ୟା ୧୪୭କୁ ବୃଦ୍ଧି

ଭୁବନେଶ୍ବର ୧-୫ (ଓଡ଼ିଆ ପୁଅ) : ରାଜ୍ୟରେ ପୁଣି ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୭କୁ ବୃଦ୍ଧି ହୋଇଛି। ଆଜି କିଛି ସମୟ ପୂର୍ବରୁ ୨ ଜଣ ବଲାଙ୍ଗିରରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏବେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ୨ ଜଣ ଯାଜପୁର ଜିଲ୍ଲାର। ସେମାନଙ୍କ ମଧ୍ୟରୁ ଜମେ କୋଲକାତା ଫେରନ୍ତା ବୋଲି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଉଭୟଙ୍କର ବୟସ ଯଥାକ୍ରମେ ୫୫ ବର୍ଷର ପୁରୁଷ ଏବଂ ସେ ବିରାଜପୁରର କୋଲକାତା ଫେରନ୍ତା। ଏବଂ ଅନ୍ୟ ଜଣେ ୭୫ ବର୍ଷର ମହିଳା ସେ କଟିକଟାର ସେ କୋଲକାତା ଫେରନ୍ତାଙ୍କ ସମ୍ପର୍କରେ ଆସିଛନ୍ତି ।

ଯାଜପୁରରେ ୩୮ ଛୁଇଁଛି ଆକ୍ରାନ୍ତଙ୍କ ସଂଖ୍ୟା। ସେମଧ୍ୟରେ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୩୭ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ତେବେ ରାଜ୍ୟରେ ୧୪୭ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୫ ଜଣଙ୍କ ଚିକିତ୍ସା ଚାଲିଛି ଓ ୪୧ ଜଣ ସୁସ୍ଥ ହୋଇସାରିଲେଣି। ଜଣଙ୍କର ମୃତ୍ୟୁ ହୋଇଛି।