Odiapua.com

ଡେଲିହଣ୍ଟରେ ଦୁଇ ଲକ୍ଷ ଟପିଲା ‘ଓଡ଼ିଆ ପୁଅ’ ଫଲୋୟର୍ସ ସଂଖ୍ୟା: ପାଠକଙ୍କୁ କୃତଜ୍ଞତା ..

ଭୁବନେଶ୍ୱର: ପ୍ରଥମ ଓଡ଼ିଆ ମୋବାଇଲ୍‌ ନ୍ୟୁଜ୍‌ ପ୍ଲାଟଫର୍ମ ‘ଓଡ଼ିଆ ପୁଅ’ର ଡେଲିହଣ୍ଟରେ ଫଲୋୟର୍ସଙ୍କ ସଂଖ୍ୟା ଦୁଇ ଲକ୍ଷ ଅତିକ୍ରମ କରିଛି। ଏଥିନେଇ ‘ଓଡ଼ିଆ ପୁଅ’ ଟିମ୍ ପକ୍ଷରୁ ପାଠକଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରାଯାଇଛି। ଏବେ ଡିଜିଟାଲ୍ ଯୁଗ ଆରମ୍ଭ ହେବା ବହୁ ପୂର୍ବରୁ ୨୦୧୨ ମସିହାରୁ ପ୍ରଥମ ଓଡ଼ିଆ ୱେବ୍ ପୋର୍ଟାଲ ପ୍ଲାଟଫର୍ମ ଭାବରେ ଆତ୍ମ ପ୍ରକାଶ କରି ‘ଓଡ଼ିଆ ପୁଅ’ ସର୍ବଦା ନିରପକ୍ଷ ତଥା ନିର୍ଭୀକ ହୋଇ ଖବର ପ୍ରକାଶ କରିବା ଦିଗରେ ଗୁରୁତ୍ୱ ଦେଇ ଆସିଛି। ସୂଚନାଯୋଗ୍ୟ ଯେ ଡେଲିହଣ୍ଟ ବ୍ୟତୀତ ‘ଓଡ଼ିଆ ପୁଅ’, ‘ନ୍ୟୁଜ ପଏଣ୍ଟ’, ‘ଜିଓ ନ୍ୟୁଜ’, ‘ଗୁଗୁଲ ନ୍ୟୁଜ’ ଏବଂ ‘ଟାଇମ୍ସ ଅଫ ଇଣ୍ଡିଆ’ର ୱେବ୍ ସଂସ୍କରଣରେ ମଧ୍ୟ ଉପଲବ୍ଧ ଅଟେ।