Odiapua.com

ଜାମ୍ମୁରେ କୋରୋନା ଭାଇରସ୍ : ୨ ଜଣ ସଂକ୍ରମିତ ହେବାର ଆଶଙ୍କା: ପ୍ରାଥମିକ ସ୍କୁଲ ହେଲା ଛୁଟି

ନୂଆ ଦିଲ୍ଲୀ ୭-୩ (ଓଡ଼ିଆ ପୁଅ) : ଜାମ୍ମୁ ଏବଂ ସାମ୍ବାରେ କୋରୋନା ଭାଇରସ୍ ରେ ଦୁଇ ଲୋକ ସଂକ୍ରମିତ ହେବାର ଆଶଙ୍କା ପରେ ଜିଲ୍ଲାର ସମସ୍ତ ପ୍ରାଥମିକ ବିଦ୍ୟାଳୟକୁ ଆସନ୍ତା ଆଦେଶ ପର୍ଯ୍ୟନ୍ତ ପାଇଁ ବନ୍ଦ କରିଦିଆଯାଇଛି। ଅଧିକାରୀଙ୍କ ଅନୁଯାୟୀ ଦୁଇଜଣ ପୀଡ଼ିତଙ୍କୁ ଭୀଷଣ ଜ୍ୱର ହୋଇଥିବାର ଜଣାପଡ଼ିଥିଲା ଏବଂ ଦୁଇଜଣଙ୍କର ଟେଷ୍ଟ ପଜିଟିବ ଆସିବାର ଅଧିକ ସମ୍ଭାବନା ଅଛି। ଏହି ଦୁଇଜଣଙ୍କୁ ଆଇସୋଲେଶନ ୱାର୍ଡରେ ରଖାଯାଇଥିଲା। କିନ୍ତୁ ଦୁଇଜଣ ସେଠାରୁ ଫେରାର ହୋଇଯାଇଥିଲେ। ଅବଶ୍ୟ ପରେ ତାଙ୍କୁ ଧରି ହସ୍ପିଟାଲରେ ରଖାଯାଇଛି।

ରାଜ୍ୟରେ କୋରୋନା ଭାଇରସ୍ ସମ୍ବନ୍ଧିତ ସମସ୍ତ ନିୟମ ପାଳନ କରାଯାଉଛି, ରାଜ୍ୟର ସମସ୍ତ ଅଫିସ୍ ରେ ବାୟୋମେଟ୍ରିକ ଆଟେଣ୍ଟାନ୍ସକୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ନିଳମ୍ବିତ କରାଯାଇଛି।

କୋରୋନା ଭାଇରସ୍ ବଢ଼ୁଥିବା ପ୍ରକୋପକୁ ନଜରରେ ରଖି ସମଗ୍ର ଦେଶରେ ହୋଲି ଏବଂ ମହିଳା ଦିବସ ସମାରୋହ ସମ୍ବନ୍ଧିତ ଅନେକ କାର୍ଯ୍ୟକ୍ରମକୁ ରଦ୍ଦ କରିଦିଆଯାଇଛି। ଶୁକ୍ରବାରଦିନ ଦିଲ୍ଲୀର ଅନ୍ୟ ଜଣେ ବ୍ୟକ୍ତିକୁ ଭାଇରସ୍ ରେ ସଂକ୍ରମିତ ହେବାର ପୁଷ୍ଟି ହେବା ପରେ ଦେଶରେ ଏପର୍ଯ୍ୟନ୍ତ ପୁଷ୍ଟି ହୋଇଥିବା କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୩୧ ହୋଇଛି।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ କୋବିଡ-୧୯ ରୁ ନିପଟିବା ପାଇଁ ସମ୍ବନ୍ଧୀତ ପ୍ରବନ୍ଧନର ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକର ସ୍ବାସ୍ଥ୍ୟ ମନ୍ତ୍ରୀ, ମୁଖ୍ୟ ସଚିବ, କେନ୍ଦ୍ରୀୟ ମନ୍ତ୍ରୀ ଏବଂ ସମ୍ବନ୍ଧିତ ସଂଗଠନର ପ୍ରତିନିଧିମାନଙ୍କ ସହିତ ଭିଡିଓ କନ୍ଫ୍ରେଂସ ମାଧ୍ୟମରେ ବୈଠକ କରିଥିଲେ ଏବଂ ସଂକ୍ରମଣର ଜାଞ୍ଚ ଏବଂ ପୃଥକ ରଖିବା ପାଇଁ ସୁବିଧା, ଅଲଗା ୱାର୍ଡର ବ୍ୟବସ୍ଥା ଏବଂ ପ୍ରୟୋଗଶାଳାଗୁଡ଼ିକର ଆବଶ୍ୟକତା ଉପରେ ଜୋର ଦେଇଥିଲେ। ସେ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକରେ କୋରୋନା ଭାଇରସ୍ ବ୍ୟାପିବାର ବିଭିନ୍ନ ଭ୍ରମକୁ ଦୂର କରିବା ପାଇଁ ସୂଚନା ଅଭିୟାନ ଆରମ୍ଭ କରିବାକୁ କହିଥିଲେ। ହର୍ଷବର୍ଦ୍ଧନ ଶୁକ୍ରବାରଦିନ ଲୋକସଭାରେ ସୂଚିତ କରିଥିଲେ କି କୋରୋନା ଭାଇରସ୍ ର ସଂକ୍ରମଣ ସନ୍ଦେହରେ ଦେଶରେ ସର୍ବମୋଟ ୨୯,୬୦୭ ଲୋକମାନଙ୍କ ଉପରେ ଦୃଷ୍ଟି ରଖାଯାଇଛି।