Odiapua.com

ଓଡ଼ିଶା ବିଜେପିର ଦୁଇ ବିଶୃଙ୍ଖଳିତ ନେତା: ଧର୍ମେନ୍ଦ୍ର ଆଉ ଅପରାଜିତା!

ଭୁବନେଶ୍ୱର: ଯଦି ଓଡ଼ିଶା ବିଜେପିରେ କେହି ସବୁଠାରୁ ଅଧିକ ବିଶୃଙ୍ଖଳିତ ନେତାନେତ୍ରୀ ଆଦି ଥାଆନ୍ତି, ତେବେ ସେ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏହି ଦୁଇ ନେତା ଆଉ ନେତ୍ରୀ ନିଜକୁ ମୁଖ୍ୟମନ୍ତ୍ରୀ ଭାବରେ ପ୍ରୋଜେକ୍ଟ କରାଇବାକୁ ଯାଇ ଦଳ ଭିତରେ ଗୋଷ୍ଠୀବାଦ ସୃଷ୍ଟି କରୁଛନ୍ତି। ଏମିତିରେ ଓଡ଼ିଶା ବିଜେପିରେ ଗୋଷ୍ଠୀବାଦର ଜନକ ଧର୍ମେନ୍ଦ୍ରଙ୍କୁ କୁହାଯାଉଥିବା ବେଳେ ଅପରାଜିତାଙ୍କୁ ଗୋଷ୍ଠୀବାଦର ପାଳକ କୁହାଯାଇ ପାରେ। ସିଏମ୍ ହେବା ଚକରରେ ଏମାନଙ୍କ ଭିତରେ ଚାଲିଥିବା ଶୀତଳଯୁଦ୍ଧର କୁପରିଣାମ ଭୟଙ୍କର ଭାବରେ ଦଳ ଉପରେ ପଡ଼ୁଛି। ତେଣେ ଦଳ ପଛେ ଚୁଲିକୁ ଯାଉ, ଏମାନଙ୍କୁ ସିଏମ୍ ନିଶା ଘାରିଛି। ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନ ନିଜ ଖୋସାମଦିଆ ମାନଙ୍କୁ ବିଭିନ୍ନ ପଦପଦବୀରେ ବସାଇବା ଠାରୁ ଆରମ୍ଭ କରି ଟିକେଟ୍ ଦେବା, ବିଭିନ୍ନ ଲାଭ ଜନକ ସଂସ୍ଥାରେ ଡାଇରେକ୍ଟର ଆଦି କରାଇବା ଆଦି କାମ କରି ଆସିଛନ୍ତି। ଦଳ ପ୍ରତି ଯେତେ ନିଷ୍ଠା ଥାଉ ପଛକେ କିନ୍ତୁ, ଯିଏ ଧର୍ମେନ୍ଦ୍ରଙ୍କ ବଶତା ସ୍ୱୀକାର କରିନି ତାକୁ ଅଣଦେଖା, କଣଠେସା ବା ଦମନ କରିଦିଆଯାଇଛି। ଯାହା ଫଳରେ ଦଳ ପ୍ରତି ନିଷ୍ଠା ଥିବା ଅନେକ ଦକ୍ଷ ନେତୃତ୍ୱ ହୁଏତ ନିରବୀ ଯାଇଛନ୍ତି ବା ଦଳ ପରିତ୍ୟାଗ କରିଛନ୍ତି। ଧର୍ମେନ୍ଦ୍ରଙ୍କ ପାଇଁ ଅନେକ ଦେବଦୁର୍ଲଭ ନେତା ନେତ୍ରୀ ଏବଂ କାର୍ଯ୍ୟକର୍ତ୍ତା କାନ୍ଦିଛନ୍ତି!ଅପରାଜିତ ଷଡ଼ଙ୍ଗୀ ମଧ୍ୟ ଏବେ ସେହି ରାସ୍ତାରେ ଚାଲିଛନ୍ତି। “ମୁଁ ନୁହେଁ, ଆମେ” କହି ରାଜନୀତି ଆରମ୍ଭ କରିଥିବା ଅପରାଜିତା ଏବେ କେବଳ ମୁଁ’କାର ନୀତିରେ ଚାଲିଛନ୍ତି। ନିଜର ଏକ ଗୋଷ୍ଠୀ ତିଆରି କରିଛନ୍ତି। ଅନ୍ୟକୁ ଶୃଙ୍ଖଳା ଜ୍ଞାନ ଶିଖାଉଥିବା ଅପରାଜିତା ନିଜେ ଖୁବ୍ ବିଶୃଙ୍ଖଳିତ କାର୍ଯ୍ୟ କରୁଛନ୍ତି। ଦଳୀୟ କାର୍ଯ୍ୟକ୍ରମ ଗୁଡ଼ିକ ଦଳୀୟ ବ୍ୟବସ୍ଥାରେ ନକରି ସେ ତାଙ୍କର ଏକ ସ୍ୱତନ୍ତ୍ର ବ୍ୟବସ୍ଥା ସୃଷ୍ଟି କରୁଛନ୍ତି। ତାଙ୍କ ଚାଟୁକାର ମାନଙ୍କୁ ମଞ୍ଚରେ ସ୍ଥାନ ଦେଉଛନ୍ତି। କୁହାଯାଉଛି, ଧର୍ମେନ୍ଦ୍ରଙ୍କ ପରି ମ୍ୟାଡମ୍ ଅପରାଜିତା ମଧ୍ୟ ଖୁବ୍ ଚାଟୁକାରୀ ପ୍ରିୟ। ନିଜର ଚାଟୁକାରୀ କରାଇ ସେ ଜଣେ ଜିଲ୍ଲା ପ୍ରେସିଡେଣ୍ଟଙ୍କୁ ନିଜର ପିଏ ସଦୃଶ୍ୟ ବନାଇ ଦେଇଛନ୍ତି। ନିର୍ବାଚନ ମଣ୍ଡଳୀ ଗୁଡ଼ିକରେ ସେ କେତେବେଳେ କାହା ସହିତ ଡିଲ୍ କରି ରାଜନୀତି କରୁଛନ୍ତି କାର୍ଯ୍ୟକର୍ତ୍ତା ଜାଣିପାରୁ ନାହାଁନ୍ତି। ଧର୍ମେନ୍ଦ୍ରଙ୍କ ପରି ସେ ମଧ୍ୟ ନିଜର ଏକ ଗୋଷ୍ଠୀ କରି ଅନ୍ୟମାନଙ୍କୁ ଅଣଦେଖା କରୁଛନ୍ତି। ଦୀର୍ଘ ଦିନ ହେଲା ଦଳରେ ଥିବା ମୂଳ କାର୍ଯ୍ୟକର୍ତ୍ତା ମଧ୍ୟ ଅପରାଜିତାଙ୍କ ଆଚରଣରେ ଦୁଆର ଦେଇ କାନ୍ଦୁଛନ୍ତି!

ବାସୁଦେବପୁର ବିଜେପିର କଂଗ୍ରେସୀକରଣ: ବାପ – ପୁଅ ଆଉ ବିଜେପି ..


-/DevDrath