ଭୁବନେଶ୍ୱର: ଯଦି ଓଡ଼ିଶା ବିଜେପିରେ କେହି ସବୁଠାରୁ ଅଧିକ ବିଶୃଙ୍ଖଳିତ ନେତାନେତ୍ରୀ ଆଦି ଥାଆନ୍ତି, ତେବେ ସେ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏହି ଦୁଇ ନେତା ଆଉ ନେତ୍ରୀ ନିଜକୁ ମୁଖ୍ୟମନ୍ତ୍ରୀ ଭାବରେ ପ୍ରୋଜେକ୍ଟ କରାଇବାକୁ ଯାଇ ଦଳ ଭିତରେ ଗୋଷ୍ଠୀବାଦ ସୃଷ୍ଟି କରୁଛନ୍ତି। ଏମିତିରେ ଓଡ଼ିଶା ବିଜେପିରେ ଗୋଷ୍ଠୀବାଦର ଜନକ ଧର୍ମେନ୍ଦ୍ରଙ୍କୁ କୁହାଯାଉଥିବା ବେଳେ ଅପରାଜିତାଙ୍କୁ ଗୋଷ୍ଠୀବାଦର ପାଳକ କୁହାଯାଇ ପାରେ। ସିଏମ୍ ହେବା ଚକରରେ ଏମାନଙ୍କ ଭିତରେ ଚାଲିଥିବା ଶୀତଳଯୁଦ୍ଧର କୁପରିଣାମ ଭୟଙ୍କର ଭାବରେ ଦଳ ଉପରେ ପଡ଼ୁଛି। ତେଣେ ଦଳ ପଛେ ଚୁଲିକୁ ଯାଉ, ଏମାନଙ୍କୁ ସିଏମ୍ ନିଶା ଘାରିଛି। ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନ ନିଜ ଖୋସାମଦିଆ ମାନଙ୍କୁ ବିଭିନ୍ନ ପଦପଦବୀରେ ବସାଇବା ଠାରୁ ଆରମ୍ଭ କରି ଟିକେଟ୍ ଦେବା, ବିଭିନ୍ନ ଲାଭ ଜନକ ସଂସ୍ଥାରେ ଡାଇରେକ୍ଟର ଆଦି କରାଇବା ଆଦି କାମ କରି ଆସିଛନ୍ତି। ଦଳ ପ୍ରତି ଯେତେ ନିଷ୍ଠା ଥାଉ ପଛକେ କିନ୍ତୁ, ଯିଏ ଧର୍ମେନ୍ଦ୍ରଙ୍କ ବଶତା ସ୍ୱୀକାର କରିନି ତାକୁ ଅଣଦେଖା, କଣଠେସା ବା ଦମନ କରିଦିଆଯାଇଛି। ଯାହା ଫଳରେ ଦଳ ପ୍ରତି ନିଷ୍ଠା ଥିବା ଅନେକ ଦକ୍ଷ ନେତୃତ୍ୱ ହୁଏତ ନିରବୀ ଯାଇଛନ୍ତି ବା ଦଳ ପରିତ୍ୟାଗ କରିଛନ୍ତି। ଧର୍ମେନ୍ଦ୍ରଙ୍କ ପାଇଁ ଅନେକ ଦେବଦୁର୍ଲଭ ନେତା ନେତ୍ରୀ ଏବଂ କାର୍ଯ୍ୟକର୍ତ୍ତା କାନ୍ଦିଛନ୍ତି!
-/DevDrath