Odiapua.com

ଉପରାଷ୍ଟ୍ରପତି ଭେଙ୍ଗୟା ନାଇଡୁଙ୍କ ବ୍ୟକ୍ତିଗତ ଟ୍ୱିଟର ହ୍ୟାଣ୍ଡେଲରୁ ‘ବ୍ଲୁ ଟିକ୍’ ହଟାଇଲା ଟ୍ୱିଟର, ଉପଭୋକ୍ତାମାନେ କହିଲେ ଏହା ସମ୍ବିଧାନ ଉପରେ ଆକ୍ରମଣ

ନୂଆଦିଲ୍ଲୀ ୦୫ ଜୁନ୍ (ଓଡ଼ିଆ ପୁଅ) ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁଙ୍କ ଟ୍ୱିଟର ଆକାଉଣ୍ଟକୁ ଯାଞ୍ଚ କରି ସେଥିରୁ ବ୍ଲୁ ଟିକ୍ ହଟାଇ ଦେଇଛି।

ମାଇକ୍ରୋବ୍ଲଗିଂ ସାଇଟ୍ ଏବଂ କେନ୍ଦ୍ର ମଧ୍ୟରେ ବିବାଦ ଗଭୀର ହେବାରେ ଲାଗିଛି। ଅତୀତରେ ସୋସିଆଲ ମିଡିଆର ନୂତନ ଗାଇଡଲାଇନକୁ କାର୍ଯ୍ୟକାରୀ ନକରିବା ବିଷୟରେ ଅନେକ ବାଦ ବିବାଦ ହୋଇଥିଲା, ଯାହା ପରେ କମ୍ପାନୀ ନୂତନ ନିର୍ଦ୍ଦେଶାବଳୀ ଗ୍ରହଣ କରିଥିଲା।

ଇତିମଧ୍ୟରେ କମ୍ପାନୀ ଅନ୍ୟ ଏକ ବିବାଦ ସୃଷ୍ଟି କରିଛି। ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ୱୁ ଟିକ୍ ହଟାଇ ଦେଇଛି କମ୍ପାନୀ। ଏହି ଖବର ପରେ ଲୋକମାନେ ଏହି କମ୍ପାନୀ ବିରୋଧରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିଜେପି ନେତା କହିଛନ୍ତି ଯେ ଉପରାଷ୍ଟ୍ରପତିଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ବ୍ଲୁ ଟିକ୍ ହଟାଇ ଟ୍ୱିଟର ଭାରତର ସମ୍ବିଧାନ ଉପରେ ଆକ୍ରମଣ କରିଛି। ଯଦିଓ ଅନେକ ଉପଭୋକ୍ତା କହିଛନ୍ତି ଯେ ଏହା ଦୀର୍ଘ ସମୟ ଧରି ସକ୍ରିୟ ନଥିଲା, ତେଣୁ କମ୍ପାନୀ ଯାଞ୍ଚ କରିନାହିଁ।