Odiapua.com

ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁଙ୍କ ଟ୍ୱିଟର ହ୍ୟାଣ୍ଡେଲର ବ୍ଲୁ ଟିକ୍ କୁ ପୁନସ୍ଥାପିତ କଲା ଟ୍ୱିଟର

ନୂଆଦିଲ୍ଲୀ ୦୫ ଜୁନ୍ (ଓଡିଆ ପୁଅ): ଟ୍ୱିଟର, ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁଙ୍କ ଟ୍ୱିଟର ହ୍ୟାଣ୍ଡେଲର ବ୍ଲୁ ଟିକ୍ କୁ ପୁନଃ ସ୍ଥାପିତ କରିଛି।

ସୂଚନାଯୋଗ୍ୟଯେ, ଜୁଲାଇ ୨୦୨୦ ଠାରୁ ଆକାଉଣ୍ଟ ନିଷ୍କ୍ରିୟ ଥିବାରୁ ଟ୍ୱିଟର ଅନୁଯାୟୀ ବ୍ଲୁ ଟିକ୍ ହଟାଯାଇଥିଲା।

ଯଦି ଆକାଉଣ୍ଟ ନିଷ୍କ୍ରିୟ ହୋଇଯାଏ କିମ୍ବା ଅସମ୍ପୂର୍ଣ୍ଣ ହୁଏ ତେବେ ଟ୍ୱିଟର ବ୍ଲୁ ଟିକ୍ କୁ ହଟାଇପାରେ ବୋଲି ଟ୍ୱିଟରର ସର୍ତାତବଳୀରେ ଅଛି।

ସୂଚନା ଯୋଗ୍ୟଯେ, ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇ ଦେଇଥିଲା।

ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ୱୁ ଟିକ୍ ହଟାଇ ଦେବା ପରେ ଲୋକମାନେ ଏହି କମ୍ପାନୀ ବିରୋଧରେ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ବିଜେପି ନେତା କହିଛନ୍ତି ଯେ ଉପରାଷ୍ଟ୍ରପତିଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ବ୍ଲୁ ଟିକ୍ ହଟାଇ ଟ୍ୱିଟର ଭାରତର ସମ୍ବିଧାନ ଉପରେ ଆକ୍ରମଣ କରିଛି।

ଯଦିଓ ଅନେକ ଉପଭୋକ୍ତା କହିଥିଲେ ଯେ ଏହା ଦୀର୍ଘ ସମୟ ଧରି ସକ୍ରିୟ ନଥିଲା, ତେଣୁ କମ୍ପାନୀ ଯାଞ୍ଚ କରିନାହିଁ।