Odiapua.com

ଟ୍ୱିଟରର ଆଉ ଏକ କାର୍ଯ୍ୟ : ଉପରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ଆକାଉଣ୍ଚ ପରେ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇଲା ଟ୍ୱିଟର

ନୂଆଦିଲ୍ଲୀ ୦୫ ଜୁନ୍ (ଓଡ଼ିଆ ପୁଅ) ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ବ୍ୟକ୍ତିଗତ ଆକାଉଣ୍ଟରୁ ବ୍ଲୁ ଟିକ୍ ଅପସାରଣ କରିବା ଏବଂ ପରେ ପୁନଃ ସ୍ଥାପନ କରିବା ପରେ ଟ୍ୱିଟର ଆଉ ଏକ ପ୍ରମୁଖ ପଦକ୍ଷେପ ନେଇଛି। ଏଥର ଟ୍ୱିଟର, ଆରଏସଏସ ମୁଖ୍ୟ ମୋହନ ଭଗବତଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇ ଦେଇଛି।

ସୂଚନାଯୋଗ୍ୟଯେ, ନୂତନ ଆଇଟି ନିୟମକୁ ନେଇ କେନ୍ଦ୍ର ସରକାର ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ମଧ୍ୟରେ କିଛି ସମୟ ଧରି ବିବାଦ ଲାଗି ରହିଥିଲା। ଏଭଳି ପରିସ୍ଥିତିରେ ଟ୍ୱିଟର ପ୍ରଥମେ ଭାରତର ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁଙ୍କ ବ୍ୟକ୍ତିଗତ ଟ୍ୱିଟର ହ୍ୟାଣ୍ଡେଲରୁ ଯାଞ୍ଚ ହୋଇଥିବା ବ୍ଲୁ ଟିକ୍ ପ୍ରତ୍ୟାହାର କରିନେଇଥିଲା। ତେବେ କିଛି ସମୟ ପରେ ପୁନଃ ସ୍ଥାପିତ କରିଥିଲା ଟ୍ୱିଟର।

ଅପରପକ୍ଷରେ, ଉପରାଷ୍ଟ୍ରପତିଙ୍କ ସଚିବାଳୟର ଅଧିକାରୀମାନେ କହିଛନ୍ତି ଯେ ଟ୍ୱିଟରରେ ନାଇଡୁଙ୍କ ବ୍ୟକ୍ତିଗତ ଆକାଉଣ୍ଟ ଦୀର୍ଘ ଦିନ ଧରି ନିଷ୍କ୍ରୀୟ ରହିଥିଲା ​​ଏବଂ ଟ୍ୱିଟର ଆଲଗୋରିଦମ ବ୍ଲୁ ଟିକ୍ ହଟାଇ ଦେଇଥିଲା। ଏହାପୂର୍ବରୁ ଅଧିକାରୀମାନେ ରିପୋର୍ଟ କରିଥିଲେ ଯେ ଟୁଇଟର ଯାଞ୍ଚ କରିବା ପରେ ପୁନଃ ସ୍ଥାପିତ କରିଥିଲା। ଗତ ବର୍ଷ ଜୁଲାଇ ୨୩ ରେ ଉପରାଷ୍ଟ୍ରପତିଙ୍କ ଏହି ବ୍ୟକ୍ତିଗତ ଆକାଉଣ୍ଟରୁ ପୋଷ୍ଟ କରାଯାଇଥିଲା।

ଅଧିକାରୀ କହିଛନ୍ତି ଯେ ଶନିବାର ସକାଳେ ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇବା ବିଷୟରେ ଟ୍ୱିଟର ସହ ଯୋଗାଯୋଗ କରାଯାଇଥିଲା ଏବଂ ଏହା ପରେ ବ୍ଲୁ ଟିକ୍ ପୁନଃ ସ୍ଥାପିତ ହୋଇଥିଲା। ଟ୍ୱିଟର କହିଛି ଯେ ଜୁଲାଇ ୨୦୨୦ ଠାରୁ ଏହି ଆକାଉଣ୍ଟ ନିଷ୍କ୍ରିୟ ଥିଲା ଏବଂ ବର୍ତ୍ତମାନ ଏହାକୁ ଯାଞ୍ଚ କରିଥିବା ବ୍ଲୁ ଟିକ୍ ସହିତ ପୁନଃ ସ୍ଥାପିତ ହୋଇଛି। ଉପରାଷ୍ଟ୍ରପତି ଟ୍ୱିଟ୍ କରିବାକୁ ଅଫିସିଆଲ୍ ଆକାଉଣ୍ଟ୍ ବ୍ୟବହାର କରନ୍ତି।