Odiapua.com

ଚାଇନା ବିରୋଧରେ କହିବାରୁ ଅମୂଲର ଟୁଇଟ୍‌ର ଆକାଉଣ୍ଟ ବ୍ଲକ୍, ବିବାଦ ପରେ ଅନବ୍ଲକ୍

ନୂଆଦିଲ୍ଲୀ: ଲଦାଖ ପୂର୍ବ ସୀମାନ୍ତରେ ଭାରତ ଏବଂ ଚୀନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ଡାଏରୀ ପ୍ରଡକ୍ଟକୁ ନେଇ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅମୂଲର ସୋସିଆଲ୍ ମିଡିଆ ଆକାଉଣ୍ଟକୁ ଟୁଇଟ୍‌ର ବ୍ଲକ୍‌ କରି ଦେଇଥିଲା। ଚାଇନା ବିରୋଧରେ କ୍ୟାମ୍ପେନ୍ ଚଲାଇଥିବାରୁ ଟ୍ୱିଟର୍ ଅମୂଲ୍ ଆକାଉଣ୍ଟକୁ ବ୍ଲକ୍ କରି ଦେଇଥିଲା।

ଅମୂଲ ଚାଇନାର ମିଲିଟାରୀ କାର୍ଯ୍ୟାନୁଷ୍ଠାନ ସନ୍ଦର୍ଭରେ ନିଜ ଟ୍ୱିଟର୍ ପେଜରେ ଏକ କାର୍ଟୁନ୍‌ ମାଧ୍ୟମରେ ପୋଷ୍ଟ କରିଥିଲା, ଏକଜିଟ୍‌ ଦ ଡ୍ରାଗନ। ଏହି କ୍ରିଏଟିଭ୍ କ୍ୟାପସନ୍‌ରେ ଅମୂଲ ଚୀନ ବିରୋଧରେ ଅଭିଯାନ ଚଳାଇ ଲେଖିଥିଲା “About the boycott of Chinese products”। ଅମୂଲର ଆଇକୋନିକ୍‌ ଅମୂଲ ଗାର୍ଲ ନିଜ ଦେଶକୁ ଡ୍ରାଗନ ସହ ଲଢ଼ି ବଞ୍ଚାଉଥିବା କାର୍ଟୁନ ପ୍ରଦର୍ଶିତ ହୋଇଥିଲା। ଏହାର ପ୍ରଚ୍ଛଦ ପଟ୍ଟରେ ଚାଇନା ଭିଡିଓ ସେୟାରିଂ ମୋବାଇଲ ଆପ୍ ଟିକ୍‌ଟକ୍‌କୁ ମଧ୍ୟ ପ୍ରଦର୍ଶିତ କରାଯାଇଥିଲା। ଏହି କ୍ରିଏଟିଭ୍‌ରେ ଲେଖା ଯାଇଥିଲା ଅମୂଲ ‘Made In India’ ବ୍ରାଣ୍ଡ ଏବଂ ଏହାର ଫୋକସ୍‌ ପ୍ରଧାନମନ୍ତ୍ରୀଙ୍କ ‘ଆତ୍ମନିର୍ଭର’  ଅଭିଯାନ ଉପରେ ରହିଥିଲା। ଏହା ପରେ ଟୁଇଟ୍‌ର କମ୍ପାନୀ ଅମୂଲର ଟୁଇଟ୍‌ର ପେଜ୍‌କୁ କିଛି ସମୟ ପାଇଁ ବ୍ଲକ୍ କରି ଦେଇଥିଲା।

ତେବେ, ଏହାକୁ ନେଇ ଅମୁଲ୍ ସମର୍ଥନରେ ୟୁଜର୍ସ ମାନେ ଟ୍ୱିଟରରେ କ୍ୟାମ୍ପେନ୍ ଚଲାଇବା ପରେ ମାତ୍ର କିଛି ସମୟ ପରେ ଅମୂଲର ଟୁଇଟ୍‌ର ପେଜ୍‌ ପୁଣି ଥରେ ଚାଲୁ ହୋଇଛି। ବିବାଦ ବୃଦ୍ଧି ହେବା ପରେ ଟ୍ୱିଟର ଅମୁଲ୍ ଆକାଉଣ୍ଟକୁ ଅନବ୍ଲକ୍ କରିବା ସହ କହିଛି ଯେ ସୁରକ୍ଷା ଦୃଷ୍ଟିରୁ ଏହା ଏକ ରୁଟିନ୍ ପ୍ରକ୍ରିୟା ଥିଲା। ଟ୍ୱିଟର କହିଛି ଯେ ଅମୁଲ୍ ଆକାଉଣ୍ଟ କେବେ ବନ୍ଦ୍ କରାଯାଇ ନାହିଁ। କେବଳ ଆବଶ୍ୟକ ଯାଞ୍ଚ ସମାପ୍ତ ନହେବା ପର୍ଯ୍ୟନ୍ତ ଆକାଉଣ୍ଟକୁ ପ୍ରତିବନ୍ଧ କରାଯାଇଥିଲା। ଅର୍ଥାତ୍ ଏହାର କିଛି ଫିଚରକୁ ସୀମିତ କରାଯାଇଥିଲା। କମ୍ପାନୀର କହିବାନୁସାରେ, ଏହା କେବଳ ଆକାଉଣ୍ଟର ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଥିଲା। /-ଦେବଦତ୍ତ ରଥ