Odiapua.com

ବଡ଼ ସଡ଼କ ଦୁର୍ଘଟଣା ୧୬ ମୃତ : ଅନେକ ଆହତ

ଶାହଜହାଁପୁର ୨୭-୮ (ଓଡ଼ିଆ ପୁଅ) ଶାହଜହାଁପୁରରେ ମଙ୍ଗଳବାରଦିନ ବଡ଼ ଦୁର୍ଘଟଣା ଘଟିଛି। ଏନଏଚ-୨୪ ରେ ରୋଜାରୁ ସୀତାପୁର ଆଡ଼କୁ ଆସୁଥିବା ଜମୁକା ନିକଟରେ ଏକ ଟ୍ରକ ଟେମ୍ପୋକୁ ଧକ୍କା ଦେବା ଫଳରେ। ଟ୍ରକ ସାମନାରେ ଆସୁଥିବା ଛୋଟ ହାତୀକୁ ଟକ୍କର ମାରୀ ପଲଟିଯାଇଥିଲା। ଏହି ଦୁର୍ଘଟଣାରେ ଛୋଟ ହାତୀରେ ଯାତ୍ରା କରୁଥିବା ସମସ୍ତ ବ୍ୟାପାରୀ, ଚାଳକ, ହେଲ୍ପର ମ୍ୟାଗଲଗଞ୍ଜ ଯାଉଥିଲେ। ଅନ୍ୟ ପଟରୁ ଟେମ୍ପୋରେ ଅନେକ ଲୋକ ଯାତ୍ରା କରୁଥିଲେ। ଦୁର୍ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୬ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଏହି ଦୁର୍ଘଟଣା ମଙ୍ଗଳବାର ସକାଳ ପ୍ରାୟତଃ ଦଶଟା ସମୟରେ ହୋଇଥିଲା। କୁହାଯାଉଛି କି ସୀତାପୁର ଆଡ଼ୁ ଖାଲି ଦଶ ଟାୟାର ବିଶିଷ୍ଟ ଟ୍ରକ ବହୁତ ତେଜ ବେଗରେ ଆସୁଥିଲା ଜମୁକା ନିକଟରେ ଟ୍ରକ ଆଗକୁ ଏକ ଚେମ୍ପୋ ଆସି ଯିବାରୁ ପ୍ରଥମେ ଟ୍ରକ ଟେମ୍ପୋକୁ ଧକ୍କା ଦେଲା ଏବଂ ଟେମ୍ପୋ ପଲଟିଯାଇ ସଡ଼କରୁ ତଳକୁ ଖାଲକୁ ଖସିପଡ଼ିଥିଲା ତା’ ପରେ ପ୍ରାୟତଃ କୋଡ଼ିଏ ମିଟର ମିଟର ଦୂରରେ ସାମନାପଟୁ ଆସୁଥିବା ଛୋଟ ହାତୀ କୁ ଧକ୍କା ଦେଇଥିଲା ଏବଂ ବାରସାମ୍ୟ ହରାଇ ଟ୍ରକ ଛୋଟା ହାତୀ ଉପରେ ପଲଟିଯାଇଥିଲା।

ଛୋଟା ହାତୀ ଯାତ୍ରା କରୁଥିବା ସମସ୍ତ ବ୍ୟାପାରୀଙ୍କର ମୃତ୍ୟୁ ହୋଇଯାଇଛି। ଛୋଟା ହାତୀରେ ପ୍ରାୟ ଚାଲକ, ହେଲ୍ପରଙ୍କୁ ମିଶାଇ ପ୍ରାୟତଃ ୮ ଜଣ ଯାତ୍ରା କରୁଥିଲେ। ଦୁର୍ଘଟଣା ଘଟିବା କ୍ଷଣି ଆଖପାଖ ଲୋକ ଉଦ୍ଦାର କାର୍ଯ୍ୟ ପାଇଁ ତୁରନ୍ତ ଆସିଥିଲେ। ଟେମ୍ପୋରୁ ପ୍ରଥମେ ଲୋକଙ୍କୁ ବାହାର କରାଯାଇଥିଲା କିନ୍ତୁ ଟ୍ରକ ତଳୁ ଛୋଟ ହାତୀରେ ଯାତ୍ରା କରୁଥିବା ଲୋକମାନଙ୍କୁ ବାହାର କରିବା ସମ୍ଭବ ନଥିଲା। ପୁଲିସକୁ ଖବର ଦେବାପରେ ପୁଲିସ ଆମ୍ବୁଲାନ୍ସରେ ଟେମ୍ପୋରେ ୟାତ୍ରା କରୁଥିବା ଲୋକମାନଙ୍କ ମଧ୍ୟରୁ ଆହତମାନଙ୍କୁ ମେଡିକାଲ କଲେଜ ପଠାଯାଇଥିଲା। କ୍ରେନ ଡକାଇ ଟ୍ରକକୁ ଉଠାଇ ତା’ ତଳେ ଥିବା ପ୍ରାୟ ୮ଜଣ ଲୋକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଟେମ୍ପୋରେ ଯାତ୍ରା କରୁଥିବା ଦଶଜଣଙ୍କ ମଧ୍ୟରୁ ଚାରି ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଟ୍ରକ ଚାଳକ ଏବଂ ହେଲପର ଫେରାର ହୋଇଯାଇଛନ୍ତି।