Odiapua.com

ଲୋକସଭାରେ ପାରିତ ହେଲା ତିନି ତଲାକ ବିଲ୍

ନୂଆ ଦିଲ୍ଲୀ ୨୫-୭ (ଓଡ଼ିଆ ପୁଅ) ଲୋକସଭାରେ ବହୁ ହଙ୍ଗାମା ମଧ୍ୟରେ ତିନି ତଲାକ ବିଲ୍ ପାରିତ ହୋଇଯାଇଛି। ଏହି ବିଲ୍ ସପକ୍ଷରେ ୩୦୩ ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ୮୨ଟି ମତ ପଡ଼ିଥିଲା। ଏହି ବିଲ୍ ବିରୁଦ୍ଧରେ ତୃଣମୂଳ କଂଗ୍ରେସର ସାଂସଦ ମାନେ ୱାକଆଉଟ୍ କରିଥିଲେ। ଲୋକସଭାରେ ରବିଶଙ୍କର ପ୍ରସାଦ କହିଲେଯେ, ସୁପ୍ରିମ୍ କୋର୍ଟଙ୍କ ରାୟ ପରେ ଲାଗୁଥିଲା କି ଏହିପରି ମାମଲା ରୋକିବ କିନ୍ତୁ ଏହିପରି ହେଲା ନାହିଁ, କୋର୍ଟଙ୍କ ଫଇସଲା ପରେ ୫୭୪ ମାମଲା ଆସିଲା। ରବିଶଙ୍କର କହିଲେ ୨୦ଟି ମୁସଲିମ୍ ଦେଶରେ ତିନି ତଲାକ ଉପରେ ଆଇନ୍ ପ୍ରଣୟନ ହୋଇଛି କିନ୍ତୁ ଆମ ଦେଶରେ କାହିଁକି ହୋଇପାରିବ ନାହିଁ।

ପୂର୍ବରୁ ଡିସେମ୍ବର ୨୦୧୭ରେ ତିନି ତଲାକ୍‌ ବିଲ୍‌ ଲୋକସଭାରେ ଗୃହୀତ ହୋଇଥିଲା। କିନ୍ତୁ ରାଜ୍ୟସଭାରେ ଗୃହୀତ ହୋଇନପାରିବାରୁ ସରକାରଙ୍କୁ ଅଧ୍ୟାଦେଶ ଆଣିବାକୁ ପଡ଼ିଥିଲା। ତିନି ତଲାକ୍‌ ବିଲ୍‌ରେ ୩ଟି ସଂଶୋଧନ ଆଣିଛି ମୋଦୀ ସରକାର ଏଥିରେ ଜାମିନ ଦେବାର ଅଧିକାର ବିଚାରପତିଙ୍କ ପାଖରେ ରହିବ ଏବଂ କୋର୍ଟଙ୍କ ଅନୁମତିକ୍ରମେ ବୁଝାମଣା ପାଇଁ ମଧ୍ୟ ବ୍ୟବସ୍ଥା ହୋଇପାରିବ। ମୂଳ ତିନି ତଲାକ୍‌ ବିଲ୍‌ରେ ବ୍ୟବସ୍ଥା ଥିଲା ଯେ ଏହି ମାମଲାରେ ଯେ କେହି ବି ମକଦ୍ଦମା ରୁଜୁ କରିପାରିବ। ପୁଲିସ ନିଜ ଆଡୁ ମଧ୍ୟ ମାମଲା ରୁଜୁ କରିପାରିବ ବୋଲି ବ୍ୟବସ୍ଥା ଥିଲା। କିନ୍ତୁ ନୂଆ ସଂଶୋଧନରେ କେବଳ ପୀଡ଼ିତା ଏବଂ ନିକଟ ସମ୍ପର୍କୀୟମାନେ ହିଁ ମାମଲା ରୁଜୁ କରିପାରିବେ ବୋଲି ବ୍ୟବସ୍ଥା ରହିଛି। ପୂର୍ବରୁ ତିନି ତଲାକ୍‌କୁ ଜାମିନବିହୀନ ଅପରାଧ ଶ୍ରେଣୀରେ ରଖାଯାଇଥିଲା ଏବଂ ପୁଲିସ ବିନା ୱାରେଣ୍ଟରେ ଗିରଫ କରିପାରିବା ବ୍ୟବସ୍ଥା ଥିଲା। କିନ୍ତୁ ଏବେ ନୂଆ ସଂଶୋଧନରେ ବିଚାରପତିମାନଙ୍କୁ ଜାମିନ ପ୍ରଦାନ କରିବା କ୍ଷମତା ଦିଆଯାଇଛି।