Odiapua.com

ମୋଦୀ କ୍ୟାବିନେଟ୍ ର ବଡ଼ ନିଷ୍ପତି: ତିନି ତଲାକ ବିଲକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ ୧୨-୬ (ଓଡ଼ିଆ ପୁଅ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଅଧ୍ୟକ୍ଷତାରେ ବୁଧବାର ଦିନ କେନ୍ଦ୍ରୀୟ କ୍ୟାବିନେଟର ବୈଠକରେ ଅନେକ ମୁଖ୍ୟ ନିର୍ଣ୍ଣୟ ନିଆଯାଇଛି। ବୈଠକରେ ନୂଆ ଟ୍ରିପଲ ତଲାକ ବିଲକୁ ମଞ୍ଜୁରୀ ଦିଆଯାଇଛି। ତା’ ବ୍ୟତୀତ ମନ୍ତ୍ରୀମଣ୍ଡଳ ଜାମ୍ମୁ-କାଶ୍ମୀରରେ ରାଷ୍ଟ୍ରପତି ଶାସନକୁ ୬ ମାସ ପାଇଁ ବଢ଼ାଇବାକୁ ନିର୍ଣ୍ଣୟ ନିଆଯାଇଛି। ଗତ ମାସରେ ୧୬ତମ ଲୋକସଭା ଭଙ୍ଗ ହେବା ସହିତ ଏହି ବିଧେୟକ ନିଷ୍ପ୍ରଭାବୀ ହୋଇଯାଇଥିଲା। କାରଣ ଏହା ସଂସଦ ଦ୍ଵାରା ପାରିତ ହୋଇପାରିନଥିଲା ଏବଂ ଏହା ରାଜ୍ୟସଭାରେ ଲମ୍ବିତ ଥିଲା।

କେନ୍ଦ୍ରୀୟ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡ଼େକର କ୍ୟାବିନେଟ୍ ନିଷ୍ପତିର ସୂଚନା ଦେଇ କହିଛନ୍ତି କି ପୁରୁଣା ଅଧ୍ୟାଦେଶକୁ ହିଁ ବିଲରେ ପରିଣତ କରାଯିବ।

କ୍ୟାବିନେଟ୍ ର ମଞ୍ଜୁରୀ ପରେ ନୂଆ ବିଧେୟକ ୧୭ ଜୁନରୁ ଆରମ୍ଭ ହେଉଥିବା ୧୭ତମ ଲୋକସଭାର ପ୍ରଥମ ଅଧିବେସନରେ ଆଗତ କରାଯାଇପାରେ। କୁହାଯାଇପାରେଯେ, କି ସରକାର ଦୁଇ ଥର ତିନି ତଲାକ ଉପରେ ଅଧ୍ୟାଦେଶ ଲାଗୁ କରି ସାରିଛନ୍ତି। ମୁସଲମାନ ମହିଳା (ବିବାହ ଅଧିକାର ସଂରକ୍ଷଣ) ଅଧ୍ୟାଦେଶ ୨୦୧୯ ଅନୁଯାୟୀ, ଏକ ଥରରେ ତିନି ତଲାକ ବେଆଇନ୍ ଏବଂ ଶୂନ୍ୟ ରହିବ ଏବଂ ଏମିତି କରିଥିବା ପତିଙ୍କ ପାଇଁ ତିନି ବର୍ଷର କାରାଦଣ୍ଡର ପ୍ରାବଧାନ ରହିବ।

କୁହାଯାଇପାରେଯେ, କି ସେପ୍ଟେମ୍ବର ୨୦୧୮ ରେ ଲାଗୁ ଗତ ଅଧ୍ୟାଦେଶକୁ ଆଇନ୍ ରେ ବଦଳାଇବା ପାଇଁ ଆଗତ ବିଧେୟକକୁ ଡିସେମ୍ବରରେ ଲୋକସଭାରେ ମଞ୍ଜୁରୀ ମିଳିଥିଲା କିନ୍ତୁ ଏହା ରାଜ୍ୟସଭାରେ ଲମ୍ବିତ ଥିଲା। ବିଧେୟକ ସଂସଦର ଦୁଇ ସଦନରେ ମଞ୍ଜୁରୀ ନ ମିଳିବାରୁ ନୂଆ ଅଧ୍ୟାଦେଶ ଲାଗୁ କରାଯାଇଛି।