Odiapua.com

ପ୍ରଶାସନର ଜ୍ଞାତସାରରେ ଚାଲିଛି ଜଙ୍ଗଲ କଟା ଓ ଶିକାର

ଟିଟିଲାଗଡ ୭-୨ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ସାରା ରାଜ୍ୟରେ ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡ ଅଞ୍ଚଳରେ ଦିନକୁ ଦିନ ବ୍ୟାପକ ଜଙ୍ଗଲ କଟା ଯାଉଛି। ଗୋଳବାରୁଦ କାରଖାନାରୁ କିଛି ଦୂର ନିଷିଦ୍ଧାଞ୍ଚଳରେ ଥିବା ବେଳେ ଜଙ୍ଗଲ ବଢି ଚାଲିଥିଲା। ସେହିପରି ବ୍ୟାପକ ବୃକ୍ଷ ରୋପଣ ସହ ସହରର କୁମୁଢ଼ା ପାହାଡ଼ରେ ରେ ବ୍ୟାପକ ବୃକ୍ଷ ରୋପଣ କରାଯାଇଥିଲା ହେଲେ ସୁରକ୍ଷା ଅଭାବ ଯୋଗୁଁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଜଙ୍ଗଲ ବୃଦ୍ଧି ଯୋଗୁଁ ଏହି ଜଙ୍ଗଲରେ ବାଘ ବି ଛଡା ଯାଇଛି। କିନ୍ତୁ ବନ ବିଭାଗର ଦୁର୍ନୀତି ଖୋର ମନୋଭାବ ଯୋଗୁଁ ପ୍ରତିଦିନ ଦାମିକା ଶାଗୁଆନ, ଶାଳ, ପିଆଶାଳ ଆଦି ଗଛ କଟା ଖୋଲା ଖୋଲି ବିଭାଗର ଅର୍ଥ ଖୋର ମନୋବୃତି ଯୋଗୁଁ ନଷ୍ଟ ହୋଇ ଚାଲିଛି। ତେବେ ଏହି ଜଙ୍ଗଲରୁ ନିୟମିତ ବାରହା ଶିକାର ସହ ଅନ୍ୟ ଜୀବ ଜନ୍ତୁ ଶିକାର ହେଉଥିବା ଅଭିଯୋଗ ହୋଇ ଆସୁଛି। ଏପରିକି ଏକ କଲରା ପତାରିଆ ବାଘକୁ ପିଟି ପିଟି ମାରି ଦେଇ ନଖ, ଦାନ୍ତ, ନିଶ, ଚମଡା ବିକ୍ରୀ କରାଯାଇଥିବା ଅଭିଯୋଗ ହୋଇଛି। ତେବେ ଜଙ୍ଗଲ ବିଭାଗ ହାତୀ ଗଣନା, ବାଘ ଗଣନା ଆଦି ପାଇଁ ବ୍ୟାପକ ଟଙ୍କା ବ୍ୟୟ ଅଟକଳ କାଗଜ କଲମରେ କରି ନିଜ ଦାଇତ୍ୱ ସାରି ଦେଉଛି। ସାଇକେଲ ସହ ବିଭିନ୍ନ ଯାନ ବାହାନରେ ଗଛ କାଟି ବ୍ୟବସାୟୀ ଓ ଅଧିକାରୀ ମାଲା ମାଲ ହେଉଥିବା ବେଳେ ଜଙ୍ଗଲ ନଷ୍ଟ ହୋଇଚାଲିଛି। ଇତି ମଧ୍ୟରେ ବାର୍ହା ଫାସରେ ଏକ ବାଘର ମୃତ୍ୟୁ ହୋଇଥିଲା ହେଲେ ଜିଲ୍ଲା ଡି ଏଫ ଓ ମୃତ୍ୟୁ ର କାରଣ ଜଣାପଡିନାହିଁ, ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବୋଲି ପ୍ରକାଶ କରିଛନ୍ତି। ତେବେ ନୂତନ ବୃକ୍ଷ ରୋପଣ ଓ ଜଙ୍ଗଲ କାଟ ନେଇ ବିଭାଗ ମୁଖ୍ୟ ଶାସନ ସଚିବ ଦୃଷ୍ଟି ଦେବାକୁ ଦାବୀ ହେଉଛି।