Odiapua.com

ପଞ୍ଚୁକ ପାଇଁ ବଡ଼ଦାଣ୍ଡରେ ଟ୍ରାଫିକ କଟକଣା, ପୁଷ୍କରଣୀ ଓ ମହୋଦଧିରେ ଡ଼ଙ୍ଗା ଭସାଇବା ଉପରେ କଟକଣା ଜାରୀ

ପୁରୀ, ୨୬/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପଞ୍ଚୁକ ବ୍ରତ ପାଇଁ ବଡ଼ଦାଣ୍ଡରେ ଟ୍ରାଫିକ କଟକଣା ଲାଗୁ କରାଯାଇଛି। ଆଜିଠାରୁ କୌଣସି ଯାନବାହନ ଶ୍ରୀମନ୍ଦିର ଅଭିମୁଖେ ଛଡ଼ାଯାଉ ନାହିଁ। ଶ୍ରଦ୍ଧାଳୁ ମାନେ ସିଂହଦ୍ୱାର ନିକଟକୁ ଚାଲିଚାଲି ଆସି ଶୃଙ୍ଖଳିତ ଭାବେ ପତିତପାବନଙ୍କୁ ଦର୍ଶନ କରିପାରିବେ। ନାଗାର୍ଜ୍ଜୁନ ବେଶ ପାଇଁ ଭକ୍ତଙ୍କ ଗହଳିକୁ ସେହିଦିନ ଜଗନ୍ନାଥ ବଲ୍ଲଭ ପରିସରରେ ମହାପ୍ରସାଦର ବିକ୍ରୟର ବ୍ୟବସ୍ଥା କରାଯାଇଛି। ସେହିପରି, କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରଦ୍ଧାଳୁ ଭକ୍ତମାନେ କୌଣସି ତୀର୍ଥ ପୁଷ୍କରଣୀ ଓ ମହୋଦଧିରେ ଡ଼ଙ୍ଗା ଭସାଇବା ଉପରେ ସଂମ୍ପୂର୍ଣ୍ଣ କଟକଣା ଜାରୀ କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଥିବାବେଳେ କୈାଣସି ବାହର ଭକ୍ତ ଏହି ୬ଦିନ ପୁରୀକୁ ନଆସିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।