Odiapua.com

ତୋମାଇ ହ୍ରିଦ୍ ମଝାରେ ରଖିବୋ ଛେରେ ଦେବୋ ନା … ଶାହା ଶୁଣିଲେ ବଙ୍ଗାଳୀ ଗୀତ

କୋଲକତା: ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତର ଦ୍ୱିତୀୟ ଦିନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସାଧାରଣ ବଙ୍ଗୀୟ ମଧ୍ୟାହ୍ନ ଭୋଜନ କରିବା ପାଇଁ ବାଉଲ (ବଙ୍ଗଳାର ସୁଫି ଧାରା ଲୋକ ସଙ୍ଗୀତ) ଗାୟକ ବାସୁଦେବ ଦାସ ବାଉଲଙ୍କ ବାସଭବନକୁ ଯାଇଥିଲେ। ବାସୁଦେବ ଦାସ ବାଉଲ ଏବଂ ତାଙ୍କ ପରିବାର ଏକ ଲୋକପ୍ରିୟ ଲୋକ ଗୀତ “ତୋମାଇ ହ୍ରିଦ୍ ମଝାରେ ରଖିବୋ ଛେରେ ଦେବୋ ନା” (ତୁମକୁ ଆମ ହୃଦୟର ଭିତରେ ରଖିବୁ, କେବେ ଛାଡ଼ି ଦେବୁ ନା) ଗୀତ ଗାଇଥିଲେ। ଯାହାକୁ ଅମିତ ଶାହା ଧ୍ୟାନର ସହ ଶୁଣିବା ସହ ହାତରେ ତାଳ ଦେଉଥିବା ଦେଖା ଯାଇଥିଲା। ଏହାସହ ଅମିତ ଶାହାଙ୍କ ସମେତ ବରିଷ୍ଠ ନେତା କୈଳାଶ ବିଜୟବର୍ଗୀୟ, ମୁକୁଲ ରୟ, ଦିଲୀପ ଘୋଷ, ରାହୁଲ ସିହ୍ନା, ଅନୁପମ ହଜର ବାସୁଦେବ ଦାସ ବାଉଲଙ୍କ ଘର ଚଟାଣରେ ବସି ମଧ୍ୟାହ୍ନ ଭୋଜନ କରିଥିଲେ। ଅମିତ ଶାହାଙ୍କ ଏହି ଗସ୍ତ ନିମନ୍ତେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇ ଥିଲା ଏବଂ ଗଣମାଧ୍ୟମର ସଦସ୍ୟ ତଥା ଦଳର ଅନ୍ୟ ନେତାମାନଙ୍କୁ ଘର ବାହାରେ ରଖାଯାଇଥିଲା ଏବଂ ସୁରକ୍ଷା କର୍ମୀମାନେ ବାରମ୍ବାର ବାସୁଦେବ ଦାସ ବାଉଲଙ୍କ ଘର ପରିସର ଯାଞ୍ଚ କରିଥିଲେ।


ଆସନ୍ତା ବର୍ଷ ଏପ୍ରିଲ- ମେ’ ମାସରେ ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ସାଧାରଣ ଲୋକଙ୍କ ସହ ସମ୍ପର୍କକୁ ମଜବୁତ କରିବାର ଏକ ଅଂଶ ଭାବରେ ଏହା ପୂର୍ବରୁ ବିଜେପି ନେତା ପଶ୍ଚିମ ମେଦିନୀପୁର ଜିଲ୍ଲାର ଜଣେ ଚାଷୀଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଥିଲେ। ନଭେମ୍ବର ମାସରେ ପଶ୍ଚିମବଙ୍ଗ ଗସ୍ତ ସମୟରେ ଶାହା ବ୍ୟାଙ୍କୁରା ସ୍ଥିତ ଜଣେ ଆଦିବାସୀ କର୍ମୀଙ୍କ ଘରେ ଏବଂ ଉତ୍ତର ୨୪ ପରଗାନାରେ ଏକ ମାଟୁଆ ସମ୍ପ୍ରଦାୟର ସଦସ୍ୟଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଥିଲେ।
-@Dr