Odiapua.com

ଆଜି ପାଳନ ହେବ ଶହୀଦ ଜୟୀ ରାଜଗୁରୁଙ୍କ ୨୧୫ ତମ ଶ୍ରାଦ୍ଧ ବାର୍ଷିକୀ

ଭୁବନେଶ୍ୱର/ପୁରୀ: ଆଜି ଶହୀଦ ଜୟୀ ରାଜଗୁରୁଙ୍କ ୨୧୫ ତମ ଶ୍ରାଦ୍ଧ ବାର୍ଷିକୀ। ଏହି ଉପଲକ୍ଷେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବୀରହରେକୃଷ୍ଣପୁର ଗ୍ରାମସ୍ଥିତ ଶହୀଦ ଜୟୀ ରାଜଗୁରୁ ସ୍ମୃତି ପୀଠ ପରିସରରେ କୋଭିଡ୍ ଗାଇଡଲାଇନ ଅନୁଯାୟୀ ଜିଲ୍ଲା ସ୍ତରୀୟ ଶହୀଦ ଜୟୀ ରାଜଗୁରୁଙ୍କ ୨୧୫ ତମ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯିବ। ସକାଳ ଘ ୯.୩୦ରେ ଘୋଡା ବଜାରସ୍ଥିତ ଶହୀଦ ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ,୧୦ଟାରେ ବୀରହରେକୃଷ୍ଣପୁର ଛକ ସ୍ଥିତ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ/ ମାଲ୍ୟାର୍ପଣ, ୧୦.୧୫ରେ ରାଣୀ ତଲାବରେ ତିଳ ତର୍ପଣ, ୧୦.୪୦ରେ ବୀରହରେକୃଷ୍ଣପୁର ଗ୍ରାମସ୍ଥିତ ଶହୀଦ ଜୟୀ ରାଜଗୁରୁଙ୍କ ସ୍ମୃତି ପୀଠ ସ୍ଥିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ସାଧାରଣ ସଭା ଆୟୋଜିତ ହେବ। ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଗଣମାଧ୍ୟମ ପ୍ରତିନିଧି ଏବଂ ବୁଦ୍ଧିଜିବୀ ମାନଙ୍କୁ ନିମନ୍ତ୍ରଣ କରାଯାଇଛି।
-/DevDr