Odiapua.com

ତାମିଲନାଡୁର ରାଜ୍ୟପାଳ ବନୱାରିଲାଲ ପୁରୋହିତ କରୋନା ପଜିଟିଭ୍

ଚେନ୍ନାଇ ୨-୮ (ଓଡ଼ିଆ ପୁଅ) : ତାମିଲନାଡୁର ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କର COVID-୧୯ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି।

ଡାକ୍ତରଖାନାର ବିବୃତ୍ତି ଅନୁଯାୟୀ ତାଙ୍କର କୌଣସି ଲକ୍ଷଣ ନାହିଁ ଏବଂ ସେ ଚିକିତ୍ସାଳୟରେ ସ୍ଥିର ଅଛନ୍ତି। ରାଜ୍ୟପାଳ ତାଙ୍କ ମେଡିକାଲ ଟିମର ପରାମର୍ଶ ଅନୁଯାୟୀ ଗତ କିଛି ଦିନ ହେବ ହୋମ କ୍ୱାରେଣ୍ଟାଇନରେ ଥିଲେ ବୋଲି କୁହାଯାଇଥିଲା।

ସୂଚନାଯୋଗ୍ୟଯେ, ଚେନ୍ନାଇର ଅଲୱାରପେଟର ଏକ ଘରୋଇ ଡାକ୍ତରଖାନାରେ ସେ ଚିକିତ୍ସିତ ହେଉଛନ୍ତି।

ପ୍ରକାଶ ଯେ, ରାଜ ଭବନରେ ନିୟୋଜିତ ଚୌରାଅଶୀ ଜଣ ସୁରକ୍ଷା ଏବଂ ଅଗ୍ନିଶମ ସେବା କର୍ମଚାରୀଙ୍କର COVID-୧୯ ରିପୋର୍ଟ ପଜିଟିଭ୍ ଆସିଥିଲା ଅବଶ୍ୟ ସେମାନଙ୍କ ମଧ୍ୟରୁ କେହି ରାଜ୍ୟପାଳ କିମ୍ବା ବରିଷ୍ଠ ଅଧିକାରୀଙ୍କ ସହ ଯୋଗାଯୋଗରେ ନଥିବା କୁହାଯାଇଛି।