Odiapua.com

ଭାରତ ପରେ ଆମେରୀକା ବଜାରରୁ ଟିକ୍‌ଟକ୍‌ ହୋଇପାରେ ବାହାର – ଘୋଷଣା ଏକ ସପ୍ତାହରେ ହୋଇପାରେ

ନୂଆଦିଲ୍ଲୀ ୧୬-୭ (ଓଡ଼ିଆ ପୁଅ) ଚୀନ୍‌ର ସ୍ମଲ ଭିଡିଓ ଆପ୍ ଟିକ୍‌ଟକ୍‌ର ସମସ୍ୟା ବଢ଼ିପାରେ। ଚୀନ୍ ବାହାରେ ସବୁଠାରୁ ବଡ ବଜାର ଭାରତରୁ ଟିକଟକ୍ କୁ ବ୍ୟାନ୍‌ କରାଯାଇଛି। ଚାଇନା ବାହାରେ ଏବେ ଏହାର ଦ୍ୱିତୀୟ ବୃହତ୍ତମ ବଜାର ଆମେରିକା ଟିକ୍‌ଟକ୍‌କୁ ବ୍ୟାନ୍‌ କରିପାରେ।

ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କ ମୁଖ୍ୟ ମାର୍କ ମେଡୋସ କହିଛନ୍ତି ଯେ ଟିକ୍‌ଟକ୍‌ ବ୍ୟାନ୍‌ ଉପରେ ନିଷ୍ପତ୍ତି ନେବା ପାଇଁ ଗୋଟିଏ ମାସ ଅପେକ୍ଷା କରିବାକୁ ପଡିବନି। ଆସନ୍ତା ସପ୍ତାହ ମଧ୍ୟରେ ଟିକ୍‌ଟକ୍‌ ବ୍ୟାନ୍‌ ଉପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

ଟ୍ରମ୍ପ ପ୍ରଶାସନର ଅଧିକାରୀଙ୍କ ଅନୁଯାୟୀ, ଟିକ୍‌ଟକ୍‌, ୱିଚାଟ ସମେତ ଅନେକ ଚାଇନିଜ୍ ଆପ୍ ଜାତୀୟ ସୁରକ୍ଷା ପ୍ରତି ବିପଦ ହୋଇପାରେ। ଏପରି ପରିସ୍ଥିତିରେ, ଏହି ଆପଗୁଡିକ ଶୀଘ୍ର ବ୍ୟାନ୍‌ କରାଯାଇପାରିବ।

ଅପର ପକ୍ଷରେ ଆମେରିକାର ସୁରକ୍ଷା ବିପଦକୁ ଟିକ୍‌ଟକ୍‌ ଅସ୍ୱୀକାର କରିଛି, ଟିକ୍‌ଟକ୍‌ କହିଛି ଯେ, ବ୍ୟବହାରକାରୀଙ୍କ ତଥ୍ୟ ଚୀନ୍ ସରକାରଙ୍କ ସହ ସେୟାର କରନ୍ତି ନାହିଁ।

ସୂଚନାଯୋଗ୍ୟଯେ, ଦୁନିଆରେ, ଟିକ୍‌ଟକ୍‌ର ପ୍ରାୟ ୮୦ କୋଟି ସକ୍ରିୟ ଉପଭୋକ୍ତା ଅଛନ୍ତି। ସେଥିମଧ୍ୟରୁ ଭାରତରେ ଥିଲେ ୪୬.୬ କୋଟି ଉପଭୋକ୍ତା। ଆମେରିକାରେ ଟିକ୍‌ଟକ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ପ୍ରାୟ ୧୨.୩୮ କୋଟି।