Odiapua.com

ତିଦ୍ଦତ ଏୟାରଲାଇନ୍ସ ବିମାନରେ ଲାଗିଲା ନିଆଁ – ବିମାନରେ ୧୧୩ ଯାତ୍ରୀ ଏବଂ ୯ କ୍ରିଉ ମେମ୍ବର ଥିଲେ, ସୁରକ୍ଷିତ

ନୂଆଦିଲ୍ଲୀ ୧୨-୫ (ଓଡ଼ିଆ ପୁଅ) ଚାଇନାର ସରକାରୀ ଗଣମାଧ୍ୟମ ରିପୋର୍ଟ ମୁତାବକ, ତିବ୍ଦତ ଏୟାରଲାଇନ୍ସର ବିମାନ ଚାଇନାର ଚୋଙ୍ଗକିଙ୍ଗ ବିମାନବନ୍ଦରରେ ନିଆଁ ଲାଗିଥିଲା। ଏହାକୁ ଆୟତ୍ତ କରାଯାଇଛି।

ଗୁରୁବାରଦିନ ସକାଳେ ସିସିଟିଭି ଦ୍ୱାରା ପୋଷ୍ଟ କରାଯାଇଥିବା ଭିଡିଓ ଫୁଟେଜରେ ଚୋଙ୍ଗକିଙ୍ଗ ଜିଆଙ୍ଗବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଥିବା ତିବ୍ଦତ ବିମାନର ସମ୍ମୁଖଭାଗରେ ନିଆଁ ଲାଗିବା ସହ କଳା ଧୂଆଁ ବାହାରୁଥିବା ଦେଖାଯାଇଛି।

ଯାତ୍ରୀମାନଙ୍କର ପଛ ଦ୍ୱାରରେ ବିମାନରୁ ଓହ୍ଲାଉ ଥିବାର ଦେଖାଯାଇଥିଲା। ସିସିଟିଭି ରିପୋର୍ଟ ଅନୁଯାୟୀ, ନିଆଁକୁ ଲିଭାଯାଇଛି ଏବଂ ରନୱେ ବନ୍ଦ କରାଯାଇଥିଲା।

ସମସ୍ତ ୧୧୩ ଯାତ୍ରୀ ଏବଂ ନଅ ଜଣ କର୍ମଚାରୀଙ୍କୁ ସୁରକ୍ଷିତ ଓହ୍ଲାଇ ଦିଆଯାଇଛି। କେତେକଙ୍କୁ ସାମାନ୍ୟ ଆଘାତ ଲାଗିଥିବା ବେଳେ ସେମାନଙ୍କୁ ଡାକ୍ତରଖାନା ପଠାଯାଇଥିଲା ବୋଲି କୁହାଯାଇଛି।