Odiapua.com

ପାକିସ୍ତାନର କରାଚି ସହରରେ ବଡ ବିସ୍ଫୋରଣ : ତିନି ମୃତ, ୧୫ ରୁ ଅଧିକ ଆହତ

ନୂଆ ଦିଲ୍ଲୀ ୨୧ ଅକ୍ଟୋବର (ଓଡ଼ିଆ ପୁଅ) ପାକିସ୍ତାନର କରାଚିରେ ଏକ ବଡ଼ ବିସ୍ଫୋରଣ ହୋଇଛି। ଗୁଲଶାନ-ଇ-ଇକବାଲରେ ଦ୍ୱିତୀୟ ମହଲା ବିଶିଷ୍ଟ କୋଠା ମାସ୍କାନ ଚୌରଙ୍ଗୀରେ ବିସ୍ଫୋରଣ ହୋଇ ଅନେକ ଲୋକ ଆହତ ହୋଇଛନ୍ତି। ଆଖପାଖ କୋଠାଘରର ଝରକା ମଧ୍ୟ ଭାଙ୍ଗିଯାଇଛି। ପାକିସ୍ତାନ ଗଣମାଧ୍ୟମ ଡନ ଅନୁଯାୟୀ, ଏହି ବିସ୍ଫୋରଣରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୫ ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ପାକିସ୍ତାନୀ ଗଣମାଧ୍ୟମକୁ ଜଣେ ଅଧିକାରୀ କହିଛନ୍ତି ଯେ, ସମସ୍ତ ଆହତ ଏବଂ ମୃତ ବ୍ୟକ୍ତିଙ୍କୁ ପଟେଲ ହସ୍ପିଟାଲ ପଠାଇ ଦିଆଯାଇଛି।ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ତେବେ ମୁବିନା ଟାଉନ୍ ପୋଲିସ୍ SHO କହିଛି ଯେ ଏହା ସିଲିଣ୍ଡର ବିସ୍ଫୋରଣ ପରି ଦେଖାଯାଉଛି। ସେ କହିଛନ୍ତି ଯେ ବିସ୍ଫୋରଣର କାରଣ ଜାଣିବାକୁ ବମ ଡିସ୍ପୋଜାଲ ଦଳ ଆସୁଛନ୍ତି। ଆଇନ ଶୃଙ୍ଖଳା ପାଇଁପୋଲିସ୍ ଏବଂ ଉଦ୍ଧାର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହି ଅଞ୍ଚଳକୁ ସିଲ କରିଦିଆଯାଇଛି। ଏହି ବିସ୍ଫୋରଣ କୋଠାର ଦ୍ୱିତୀୟ ମହଲାରେ ହୋଇଥିବା ସନ୍ଦେହ କରାଯାଉଛି। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ନିକଟ କୋଠାର ଝରକା ସହିତ କିଛି ଗାଡି ମଧ୍ୟ ନଷ୍ଟ ହୋଇଯାଇଛି।