Odiapua.com

ମୋଦୀଙ୍କ ଟିମରେ ତିନି ନୂଆ IAS : PMO ରେ ମିଳିଲା ଗୁରୁତ୍ୱପୂର୍ଣ୍ଣ ପଦବୀ, ଜାଣନ୍ତୁ ଏହି ୩ IAS ଙ୍କ ବିଷୟରେ

ନୂଆଦିଲ୍ଲୀ ୧୩-୯ (ଓଡ଼ିଆ ପୁଅ) ତିନିଜଣ ଆଇଏଏସ୍ ଅଧିକାରୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏକ ପ୍ରମୁଖ ଦାୟିତ୍ତ୍ୱ ଗ୍ରହଣ କରିଛନ୍ତି। କ୍ୟାବିନେଟର ନିଯୁକ୍ତି କମିଟି (ଏସିସି) ଏହି ତିନିଜଣଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି। ଏଥିରେ ଉତ୍ତରାଖଣ୍ଡର ତେହେରୀର ଡିଏମ୍ ମଙ୍ଗେଶ ଗିଲ୍ଡିଆଲ୍ ମଧ୍ୟ ଅନ୍ତର୍ଭୁକ୍ତ। ତାଙ୍କୁ ପିଏମଓରେ ଅଣ୍ଡର ସେକ୍ରେଟାରୀ ପଦରେ ନିଯୁକ୍ତ କରାଯାଇଛି।

ସେହିପରି ମଧ୍ୟପ୍ରଦେଶ କ୍ୟାଡର ଆଇଏଏସ୍ ଅଧିକାରୀ ରଘୁରାଜ ରାଜେନ୍ଦ୍ରନଙ୍କୁ PMO ରେ ନିର୍ଦ୍ଦେଶକ ଏବଂ ଆନ୍ଧ୍ରପ୍ରଦେଶ କ୍ୟାଡର ଆଇଏଏସ୍ ଅଧିକାରୀ ଅମ୍ରପାଲି କାଟାଙ୍କୁ ଡେପୁଟି ସେକ୍ରେଟାରୀ ଭାବରେ ଦାୟିତ୍ୱ ଦିଆଯାଇଛି।

ଉତ୍ତରାଖଣ୍ଡ କ୍ୟାଡରର ଆଇଏଏସ୍ ଅଧିକାରୀ ମଙ୍ଗେଶ ଗିଲ୍ଡିଆଲ୍
ଗିଲଡିୟାଲ ପୂର୍ବରୁ ରୁଦ୍ରପ୍ରୟାଗ ଜିଲ୍ଲାର ଡିଏମ ଥିଲେ, ଯେଉଁଠାରେ ସେ କେଦାରନାଥରେ ପୁନଃ ନିର୍ମାଣ ଏବଂ ଚାରି ଧାମ ରୋଡ ନିର୍ମାଣ କାର୍ଯ୍ୟ ଦେଖୁଥିଲେ। ଏହି ଦୁଇଟି ପ୍ରକଳ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା। ରୁଦ୍ରପ୍ରୟାଗ ପୂର୍ବରୁ ଗିଲଡିୟାଲଙ୍କୁ ବାଗେଶ୍ୱରର ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବରେ କାର୍ଯ୍ୟ କରିଛନ୍ତି।

ମଧ୍ୟପ୍ରଦେଶ କ୍ୟାଡରର ଆଇଏଏସ୍ ଅଧିକାରୀ ରଘୁରାଜ ରାଜେନ୍ଦ୍ରନ୍

ସେହିଭଳି ମଧ୍ୟପ୍ରଦେଶ କ୍ୟାଡରର ୨୦୦୪ ବ୍ୟାଚ୍ ରଘୁରାଜ ରାଜେନ୍ଦ୍ରନ୍ PMO ରେ ନିର୍ଦ୍ଦେଶକ ଭାବରେ ନିଯୁକ୍ତି ମିଳିଛି। ଏହାପୂର୍ବରୁ ସେ ଇସ୍ପାତ ମନ୍ତ୍ରଣାଳୟରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ତଥା ଇସ୍ପାତ କ୍ୟାବିନେଟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବ୍ୟକ୍ତିଗତ ସଚିବ ଭାବରେ କାର୍ଯ୍ୟ କରିଛନ୍ତି।

ଆନ୍ଧ୍ରପ୍ରଦେଶର କ୍ୟାଡର ଅଧିକାରୀ ଅମ୍ରପାଲି କାଟା

ଅମ୍ରପାଲି କାଟା ଆନ୍ଧ୍ରପ୍ରଦେଶ କ୍ୟାଡରର ୨୦୧୦ ବ୍ୟାଚ୍ ଆଇଏଏସ୍ ଅଧିକାରୀ। ତାଙ୍କୁ ପିଏମଓରେ ଡେପୁଟି ସେକ୍ରେଟାରୀ ଭାବେ ନିଯୁକ୍ତି ଦିଆଯାଇଛି। ସେ କ୍ୟାବିନେଟ ସଚିବାଳୟରେ ଡେପୁଟି ସେକ୍ରେଟାରୀ ଥିଲେ।
ସୂଚନାଯୋଗ୍ୟଯେ, ଏସିସିର ଚେୟାରମ୍ୟାନ୍ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଏହାର ସଦସ୍ୟ।