Odiapua.com

ଏଥର ଲଢ଼େଇ ହେବ, ଜୋରଦାର୍ ହେବ ଏବଂ ପରିଣତି ନିର୍ଣ୍ଣାୟକ ତଥା ଶୁଭଙ୍କର ହେବ ..

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ମନମୋହନ ସାମଲ ଓଡ଼ିଶା ବିଜେପିର ନୂତନ ରାଜ୍ୟ ସଭାପତି ହେବା ପରେ ତାଙ୍କ ଗୃହ ଜିଲ୍ଲା କେବଳ ଯେ ଭଦ୍ରକରେ ନୁହେଁ, ମନମୋହନ ସାମଲ ସଭାପତି ଘୋଷଣା ହେବା ପରେ ସାରା ଓଡ଼ିଶାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଏକ ଖୁସିର ମାହୋଲ ସୃଷ୍ଟି ହୋଇଛି। ରବିବାର ଅପରାହ୍ନରରେ ନବ ନିର୍ବାଚିତ ବିଜେପି ରାଜ୍ୟ ସଭାପତି ମନମୋହନ ସମାଲଙ୍କୁ ରାଜ୍ୟ କାର୍ଯ୍ୟାଳରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ସାରା ରାଜ୍ୟରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉଦ୍ଦେଶ୍ୟରେ ମନମୋହନ କହିଥିଲେ ନାଁ, ନିଜେ ଶୋଇବା, ନାଁ ଏ’ ସରକାରକୁ ଶୁଆଇ ଦେବା। ୨୦୨୪ରେ ଓଡ଼ିଶାରେ ବିଜେପି ସରକାର ଗଢ଼ିବା ନେଇ ଦମ୍ଭୋକ୍ତି ପ୍ରକଟ କରିଥିଲେ ନବ ନିଯୁକ୍ତ ସଭାପତି ମନମୋହନ ସାମଲ। ତେବେ, ଏହା ଭିତରେ ଏହା ଉପରେ ପ୍ରତିକ୍ରିୟା ରଖି ଭଦ୍ରକ ଜିଲ୍ଲା ବିଜେପି ଫାୟାରବ୍ରାଣ୍ଡ ଯୁବା ନେତ୍ରୀ ହରପ୍ରିୟା ସାହୁ ମନମୋହନ ସାମଲଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ ବିସ୍ଫୋରକ ବୟାନ୍ ଦେଇଛନ୍ତି।

ହରପ୍ରିୟା କହିଛନ୍ତି, “ଆମ ପାଇଁ ବଡ଼ ଗର୍ବ ଆଉ ଗୌରବର କଥା, ଆଜି ଭଦ୍ରକ ମାଟିର ଜଣେ ଲଢ଼ୁଆ ପୁଅ ଓଡ଼ିଶା ବିଜେପିର ମଙ୍ଗୁଆଳ ସାଜି ଦଳକୁ ଆଗକୁ ନେବେ। ପରିବାରବାଦ ଏବଂ ପକ୍ଷପାତ ଠାରୁ ଦୂରେଇ ରହି ନବୀନ ସରକାର ବିରୋଧରେ ନିଃଶଙ୍କୋଚରେ, ନିର୍ଭୟ ହୋଇ ନିର୍ଣ୍ଣାୟକ ନିଷ୍ପତ୍ତି ନେଇ ପାରୁଥିବା ଜଣେ ଦକ୍ଷ ନେତୃତ୍ୱ ହିଁ କେବଳ ଓଡ଼ିଶାରେ ବିଜେପିକୁ କ୍ଷମତାକୁ ଆଣିପାରିବ। ସାଂପ୍ରତିକ ପରିସ୍ଥିତରେ ଏହି ଦୁର୍ନୀତିଗସ୍ତ, ଅପାରଗ, ଦୁର୍ବଳ ନବୀନ ସରକାରକୁ ହଟାଇବାକୁ ହେଲେ ବିଜେପି ଏକ ଦକ୍ଷ ନେତୃତ୍ବର ଆବଶ୍ୟକତା କରୁଥିଲା। ନିକଟରେ ଆମେ ଜୟ ନାରାୟଣ ମିଶ୍ରଙ୍କ ପରି ଜଣେ ଦକ୍ଷ ବିରୋଧୀ ଦଳ ନେତା ପାଇଛୁ। ପରିଣତି ଦେଖୁଛନ୍ତି। ଏବେ ପୁଣି ମନମୋହନ ଭାଇଙ୍କ ପରି ଜଣେ ଦକ୍ଷ ସଭାପତି ପାଇଲୁ। ଏଥର ଲଢ଼େଇ ହେବ, ଜୋରଦାର୍ ହେବ। ଆଉ ଆଶା ରଖୁଛୁ ପରିଣତି ନିର୍ଣ୍ଣାୟକ ତଥା ଶୁଭଙ୍କର ହେବ।”
-/DevDr