ସମ୍ବଲପୁର, ୨୪/୭, (ଓଡ଼ିଆ ପୁଅ/ସରୋଜ ସାହୁ): ଦିନ କୁ ଦିନ ସମ୍ବଲପୁର ଜିଲ୍ଲାରେ କରୋନା ସ୍ଥିତି ବେଶ ଗମ୍ଭୀର ହେବାରେ ଲାଗିଛି। ଗତ କିଛି ଦିନ ହେବ ନିୟମିତ ବ୍ୟବଧାନ ରେ ୨୦ ରୁ ୨୫ ଜଣଜିଲ୍ଲା ରେ କରୋନା ପୋଜିଟିଭ ଚିହ୍ନଟ ହେଉଛନ୍ତି। କ୍ରମାଗତ ଭାବେଜିଲ୍ଲା ରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ବୃଦ୍ଧି ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି କରୁଛି। ଆଜି ମଧ୍ୟ ପୁଣିଜିଲ୍ଲା ରେ ୧୩ ଜଣ କରୋନା ପୋଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୧୩ ଜଣ ଙ୍କ ମଧ୍ୟ ରେ ଜଣେ କରୋନା ଯୋଦ୍ଧା ରହିଛନ୍ତି। ଚିହ୍ନଟ ମାନଙ୍କ ମଧ୍ୟରେ ୧୧ ଜଣ ପୁରୁଷ ଏବଂ ୨ ଜଣ ମହିଳା ରହିଛନ୍ତି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଲା ଆଜି ଚିହ୍ନଟ ମାନଙ୍କ ମଧ୍ୟରେ ମହାନଗର ନିଗମ ଅଂଚଳ ରୁ ୫ ଜଣ ଏବଂ ମାନେଶ୍ଵର ବ୍ଲକ ରୁ ଚିହ୍ନଟ ଜଣେ ସମୁଦାୟ ୬ ଜଣଜିଲ୍ଲା ରେ ଆରମ୍ଭ ହୋଇଥିବା ଘରକୁ ଘର ଯାଇ ସକ୍ରିୟ ସ୍ୱାସ୍ଥ୍ୟ ଯାଞ୍ଚ ଟିମ ଦ୍ୱାରା ଚିହ୍ନଟ ହୋଇଥିବା ପ୍ରଶାସନ ସୂଚନା ଦେଇଛି। ଚିହ୍ନଟ କରୋନା ଯୋଦ୍ଧା ଙ୍କ ବୟସ ୫୩ ଏବଂ ସେ ହାଟପଡା ରେଢ଼ାଖୋଲ ବାସିନ୍ଦା ବୋଲି ଜଣାପଡିଛି। ସେହିପରି ରେଢ଼ାଖୋଲ ରୁ ଚିହ୍ନଟ ଅନ୍ୟ ୩ ଜଣ ଙ୍କ ମଧ୍ୟରେ ଜଣେ ରେଢ଼ାଖୋଲ ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟାଳୟ ରୁ ୫୧ (ପୁରୁଷ ), ୪୬ (ପୁରୁଷ) ଓ ୩୦ (ପୁରୁଷ) ରହିଛନ୍ତି। ମାନେଶ୍ଵର ବ୍ଲକ ବରଗାଁ ରୁ ଚିହ୍ନଟ ୨୯ (ପୁରୁଷ) ରହିଛନ୍ତି। ମହାନଗର ନିଗମ ଅଂଚଳ ରୁ ଚିହ୍ନଟ ମାନଙ୍କ ମଧ୍ୟରେ ସକ୍ରିୟ ସ୍ୱାସ୍ଥ୍ୟ ଯାଞ୍ଚ ଟିମ ଙ୍କ ଦ୍ୱାରା ଯାଞ୍ଚ ସମୟ ରେ ସାକ୍ଷୀପଡା ରୁ ୩୬ (ପୁରୁଷ), ଖ୍ରୀଷ୍ଟିଆନ ପଡା, ହୀରାକୁଦ ରୁ ୪୯ (ପୁରୁଷ), ସୁନାପାଲୀ ରୁ ୬୫ (ମହିଳା), ବଡ଼ବଜ଼ାର ରୁ ୪୫ (ପୁରୁଷ) ରହିଛନ୍ତି। ସହର ର ଅଇଁଠାପାଲି ରୁ ୪୪ (ପୁରୁଷ), ପାଞ୍ଚ ଗଛିଆ, ବରେଇପାଲି ରୁ ୪୪ (ପୁରୁଷ) ଏବଂ ମୌର୍ଯ୍ୟ ରେସିଡେନ୍ସି ରୁ ୪୧ (ପୁରୁଷ) ଚିହ୍ନଟ ହୋଇଛନ୍ତି।
ଆଜି ର ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ସମ୍ବଲପୁର ରେ ଏଯାବତ ୨୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୧୯ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ୧୨୮ ଜଣ ସକ୍ରିୟ ରହିଛନ୍ତି ଓ ସେମାନଙ୍କ କୋଭିଡ ହସ୍ପିଟାଲର ରେ ଚିକିତ୍ସା ଚାଲିଛି।
ତେବେ କରୋନା ଆକ୍ରାନ୍ତ ଚିହ୍ନଟ ସମସ୍ତ ଙ୍କୁ ଆଜି କୋଭିଡ ଡାକ୍ତରଖାନା କୁ ପଠାଇ ଦିଆଯାଇଛି ଏବଂ ସମସ୍ତ ବ୍ୟକ୍ତି ଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯାଉଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଜିଲ୍ଲା ରେ ସଂକ୍ରମଣ ର ଭୟାବହତା କୁ ଦୃଷ୍ଟି ରେ ରଖି ଗତ ୨୨ ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟାୟ ୧୦ ଦିନ ୨ଟି ପର୍ଯ୍ୟାୟ ରେ ସମଗ୍ରଜିଲ୍ଲା କୁଜିଲ୍ଲାପାଳ ସଟ୍ ଡାଉନ୍ ଘୋଷଣା ର ଆଜି ତୃତୀୟ ଦିନ ଜାରୀ ରହିଛି।