Odiapua.com

କଂଗ୍ରେସ ଓକିଲ କାହାକୁ ଡରୁଛନ୍ତି,ଫିଲ୍ମକୁ ନାଁ ଚୌକିଦାର ଠେଙ୍ଗାକୁ?

ମୁମ୍ବାଇ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ “ପିଏମ ନରେନ୍ଦ୍ର ମୋଦୀ” ରିଲିଜ ବିରୋଧରେ କଂଗ୍ରେସର ବରିଷ୍ଠ ନେତା ତଥା ଓକିଲ କପିଲ ସିବ୍ବଲ ଏବଂ ଅଭିଷେକ ମନୁ ସିଂଘବି କରିଥିବା ଜନହିତ ଯାଚିକାକୁ ନେଇ ଫିଲ୍ମର କଳାକାର ବିବେକ ଓବରାଇ ପ୍ରତିକ୍ରିୟା ରଖିଛନ୍ତି।ବିବେକ କହିଛନ୍ତି,”ମୁଁ ଜାଣି ପାରୁନି କିଛି ଲୋକ କାହିଁକି ଏପରି ଓଭର ରିଆକ୍ଟ କରୁଛନ୍ତି।କପିଲ ସିବ୍ବଲ ଏବଂ ଅଭିଷେକ ମନୁ ସିଂଘବିଙ୍କ ପରି ବରିଷ୍ଠ ଓକିଲ ଏପରି ସାଧାରଣ ଫିଲ୍ମ ଉପରେ ଜନହିତ ଯାଚିକା ଦାୟର କରି କାହିଁକି ସମୟ ନଷ୍ଟ କରୁଛନ୍ତି?କେଜାଣି ସେମାନେ ଫିଲ୍ମକୁ ଡରୁଛନ୍ତି ନାଁ ଚୌକିଦାର ଠେଙ୍ଗାକୁ।?//ଦେବଦତ୍ତ