Odiapua.com

କେନ୍ଦ୍ରକୁ ଚିଠି ଲେଖିଲା ରାଜ୍ୟ: ଟୀକାକରଣରେ ଏମାନଙ୍କୁ ବି ସାମିଲ କରାଯାଉ ..

ଭୁବନେଶ୍ୱର: ଗଣମାଧ୍ୟମ ପ୍ରତିନିଧିଙ୍କୁ କରୋନା ଟିକା ଦିଆଯାଉ। ଉଭୟ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ କର୍ମଚାରୀଙ୍କୁ ଏଥିରେ ସାମିଲ୍‌ କରାଯିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର। ଗଣମାଧ୍ୟମ କର୍ମଚାରୀଙ୍କ ବ୍ୟତୀତ ବିଦ୍ୟୁତ, ଜଳଯୋଗାଣ, ଏୟାରପୋର୍ଟ, ରେଲୱେ, ବନ୍ଦରରେ କାର୍ଯ୍ୟରତ କର୍ମଚାରୀଙ୍କୁ ମଧ୍ୟ କରୋନା ଟିକା ମିଳୁ। ସେହିପରି ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ସେବାୟତଙ୍କୁ ଟିକା ଦେବାକୁ ଚିଠି କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର। ସୂଚନାଯୋଗ୍ୟ ଯେ, ଜାନୁଆରୀ ୧୬ ତାରିଖରେ ଭାରତରେ ଟିକାକରଣ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯାଇଥିଲା। ଏବେ ବୃଦ୍ଧ, ବୃଦ୍ଧା ଓ ରୋଗାଗ୍ରସ୍ତ ଲୋକଙ୍କୁ ଟିକା ଦିଆଯାଉଛି। ମଙ୍ଗଳବାର ଗୋଟିଏ ଦିନରେ ୧ ଲକ୍ଷ ୨୧ ହଜାର ୫୭୨ ଜଣଙ୍କୁ ଟିକା ଦିଆଯାଇଛି।
-@Dr