Odiapua.com

ଚନ୍ଦ୍ରଯାନ ୨: ଆଶା ଭାଙ୍ଗିନି, ଜାଣନ୍ତୁ ଆଗକୁ କ’ଣ କ’ଣ ସମ୍ଭାବନା ଅଛି

ଇସକୋକୁ ଆଶା ଅଛି କି ସିଗ୍ନାଲ ମିଳିପାରେ: ଅର୍ବିଟରରୁ ଫଟୋ ଆସିବା ପାଇଁ ଅପେକ୍ଷା
ବାଙ୍ଗାଲୁରୁ ୭-୯ (ଓଡ଼ିଆ ପୁଅ) ଚନ୍ଦ୍ରଯାନ-୨ର ଲ୍ୟାଣ୍ଡିଙ୍ଗକୁ ଅପେକ୍ଷା କରି ରହିଥିବା ସମ୍ପୂର୍ଣ୍ଣ ଦେଶକୁ ସେତିକି ବେଳେ ନିରାଶା ମିଳିଲା ଯେତେବେଳେ ISRO ଘୋଷଣା କଲା କି ବିକ୍ରମ ଲ୍ୟାଣ୍ଡର ସହିତ ସଂପର୍କ ହୋଇପାରୁନାହିଁ। ଅବଶ୍ୟ ବୈଜ୍ଞାନିକମାନେ କହିଛନ୍ତିଯେ, ବର୍ତ୍ତମାନ ମଧ୍ୟ ଆଶା ସମାପ୍ତ ହୋଇନାହିଁ। ବିକ୍ରମ ଲ୍ୟାଣ୍ଡର ସହିତ ସଂପର୍କ କରିବାକୁ ଚେଷ୍ଟା କରାଯାଉଛି ଏବଂ ଆଶା ଅଛିଯେ, ଶିଘ୍ର ହିଁ ଡାଟା ମିଳିବାରେ ଲାଗିବ। ଜାଣନ୍ତୁ ଏହା ସମ୍ବନ୍ଧିତ ସମ୍ପୂର୍ଣ୍ଣ କଥା –

– ବୈଜ୍ଞାନିକମାନଙ୍କ ମୁତାବକ, ବିକ୍ରମ ଲ୍ୟାଣ୍ଡର ଯେତେବେଳେ ଚନ୍ଦ୍ରମାର ପୃଷ୍ଠରୁ କେବଳ ୨.୧ କିମି ଦୂରରେ ଥିଲା, ସେତେବେଳେ ସଂପର୍କ କଟିଯାଇଥିଲା। ତା’ ପଛରେ ଅଟକଳ ଲଗାଯାଉଛି କି ହୋଇପାରେ ଲ୍ୟାଣ୍ଡିଙ୍ଗ ସମୟରେ ଡାଟା ଲିଙ୍କ କଟିଯାଇପାରେ। ଏହି ଡାଟା ଲିଙ୍କକୁ ପୁନଃ ସ୍ଥାପିତ କରାଯାଇପାରେ।

– ସିଗ୍ନାଲ ନ ମିଳିବାର ଗୋଟିଏ କାରଣ ଚନ୍ଦ୍ରମାର ଧୂଳି ମଧ୍ୟ ହୋଇପାରେ। ହୋଇପାରେ କି କିଛି ସମୟ ପରେ ଧୂଳି କମ ହେବା ପରେ ସିଗ୍ନାଲ ମିଳିଯାଇପାରେ।
– ସବୁଠାରୁ ବଡ଼ ଆଶଙ୍କା ଏହା କରାଯାଉଛି କି ଲ୍ୟାଣ୍ଡିଙ୍ଗ ସମୟରେ ବିକ୍ରମ ଲ୍ୟାଣ୍ଡର କ୍ରାସ୍ ହୋଇଯାଇଛି। ଏବେ ଯଦି ସେଥିରେ ପ୍ରଜ୍ଞାନ ରୋବର ବାହରକୁ ବାହାରିବାରେ ସକ୍ଷମ ହୋଇଥାଏ ତେବେ ସମ୍ଭବ ହୋଇପାରେ କି ସିଗ୍ନାଲ ମିଳିବ।

ମିଶନ ଫେଲ ନୁହେଁ, ସଫଳ ଅଟେ

ଚନ୍ଦ୍ରଯାନ-୨ ସାଥିରେ ୧୪ ଟି ପେ-ଲୋଡ ପଠା ଯାଇଛି। ଏଗୁଡ଼ିକ ମଧ୍ୟରେ ୮ଟି ପେ-ଲୋଡ ସେହି ଅର୍ବିଟରରେ ଅଛି, ଯାହାକି ଚନ୍ଦ୍ରମା ପୃଷ୍ଠରୁ ପ୍ରାୟତଃ ୧୪୦ କିମି ଦୂରରେ ଚନ୍ଦ୍ରମାକୁ ପରିକ୍ରମା କରୁଛି।

ଅର୍ବିଟର ଦେଖିବ କ’ଣ ହେଲା ବିକ୍ରମ ଲ୍ୟାଣ୍ଡର ସହିତ

ଇସରୋର ନଜର ଏବେ ଅର୍ବିଟର ଉପରେ ଅଛି। ବୈଜ୍ଞାନିକମାନଙ୍କୁ ଆଶା କି ଯେତେବେଳେ ଏହା ଅର୍ବିଟରର ସେହି ସ୍ଥାନରେ ଯେତେବେଳେ ପହଁଚିବ, ଯେଉଁଠାରେ ବିକ୍ରମ ଲ୍ୟାଣ୍ଡର ଲ୍ୟାଣ୍ଡ କରିବାକୁ ଚେଷ୍ଟା କରିଥିଲା, ସେତେବେଳେ ଜଣା ପଡ଼ିବ କି ବାସ୍ତବରେ କ’ଣ ହୋଇଛି ବୋଲି।