Odiapua.com

ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁଙ୍କ କରୋନା ରିପୋର୍ଟ ‘ନେଗେଟିଭ୍’

ନୂଆ ଦିଲ୍ଲୀ ୧୨-୧୦ (ଓଡ଼ିଆ ପୁଅ) ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ୨୯ ସେପ୍ଟେମ୍ବରରେ କରୋନା ଭୂତାଣୁ ସଂକ୍ରମିତ ହୋଇଥିଲେ। କିନ୍ତୁ ଏବେ ତାଙ୍କର ରିପୋର୍ଟ ନେଗେଟିଭ୍ ଆସିଥିବା ଜଣାପଡ଼ିଛି। ଉପରାଷ୍ଟ୍ରପତିଙ୍କ ସଚିବାଳୟ ସୋମବାର ଏହାର ସୂଚନା ଦେଇଛନ୍ତି।

ସଚିବାଳୟ ଅନୁଯାୟୀ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସର ଡାକ୍ତରଙ୍କ ଏକ ଟିମ୍ ଶ୍ରୀ ନାଇଡୁ ଏବଂ ତାଙ୍କ ପତ୍ନୀ ଉଷା ନାଇଡୁଙ୍କ ‘RT-PCR’ ପରୀକ୍ଷା କରିଥିଲେ ଏବଂ କୋଭିଡ -୧୯ ର କୌଣସି ସଂକ୍ରମଣ ମିଳି ନଥିଲା। ଶ୍ରୀ ନାଇଡୁ ସମ୍ପୂର୍ଣ୍ଣ ଫିଟ୍ ଏବଂ ଡାକ୍ତରୀ ପରାମର୍ଶ ଅନୁଯାୟୀ ସେ ଶୀଘ୍ର ନିୟମିତ କାର୍ଯ୍ୟ ଆରମ୍ଭ କରିବେ।