Odiapua.com

ଲକ୍ ଡାଉନ୍ ଯୋଗୁଁ ବନ୍ଦ୍ ଥିଲା ଦୋକାନ; ଯେବେ ସଟର୍ ଖୋଲିଲେ ମାଲିକ, ଯୁଆଡ଼େ ଦେଖିଲେ ସାପ: ଆପଣ ମଧ୍ୟ ରୁହନ୍ତୁ ସତର୍କ ..

ଭୁବନେଶ୍ବର: କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷା ପାଇଁ ଦେଶରେ ଲକ୍ ଡାଉନ୍ ଘୋଷଣା ହୋଇଛି। ଏହା ଯୋଗୁଁ ସମସ୍ତ କାରଖାନା ଏବଂ ଦୋକାନ ଆଦି ବନ୍ଦ ରହିଛି। ଦୂତିୟ ପର୍ଯ୍ୟାୟ ଲକଡାଉନ୍ ସମାପ୍ତ ହେବା ପରେ ନିୟମରେ କିଛିଟା କୋହଳ କରାଗଲା। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ବିଭିନ୍ନ ରାଜ୍ୟ ସରକାରଙ୍କ ସମେତ ବିହାର ସରକାର ମଧ୍ୟ କିଛିଟା କୋହଳ ଘୋଷଣା କଲେ। ଏହାପରେ ଡିଏମଙ୍କ ନିର୍ଦ୍ଦେଶରେ ବିହାରର ବିଭିନ୍ନ ଜିଲ୍ଲାରେ କିଛି ଦୋକାନ ଖୋଲିଲା।

ତେବେ ବିହାରର ବୈଷ୍ଣବ ଜିଲ୍ଲାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଘଟଣାଟି ବୈଶାଳୀ ଜିଲ୍ଲା ଲାଲଙ୍ଗଜ ବଜାରର ଅଟେ। ଲକଡାଉନ୍ ଯୋଗୁଁ ୪୫ ଦିନ ଧରି ବନ୍ଦ ଥିବା ଏକ ସେଲୁନକୁ ସାପମାନେ ସେମାନଙ୍କ ବାସସ୍ଥଳୀ କରି ଦେଇଥିଲେ। ଶନିବାର ଦିନ ଦୋକାନ ସଫା କରିବା ପାଇଁ ସେଲୁନ ମାଲିକ ସଟର ଉଠାଇବା ମାତ୍ରେ ଭିତରର ଦୃଶ୍ୟ ଦେଖି ଭୟଭୀତ ହୋଇ ଯାଇଥିଲେ। ୨୦ ରୁ ୨୫ ସାପ ସେଲୁନର ଚଟାଣରେ ବୁଲୁଥିବା ଦେଖିବାକୁ ମିଳିଥିଲା।

୪୫ ଦିନ ପରେ ଶନିବାର ଦିନ ଦୋକାନୀ ଦୋକାନ ସଫା କରିବା ପାଇଁ ସେଲୁନ୍ ଖୋଲିଥିଲେ। ସଟର ଖୋଲି ଦେଖିଲା ବେଳକୁ ଯୁଆଡ଼େ ଦେଖିଲେ ଚଟାଣରେ ସବୁଆଡ଼େ ସାପ ବୁଲୁଛନ୍ତି। ଭୟରେ ସେ ସଟର ଖୋଲା ଛାଡ଼ି ଚାଲି ଯାଇଥିଲେ। ଏହାପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ସାପ ମାନଙ୍କୁ ଚାଷ ଜମି ଆଡ଼କୁ ବାହାର କରି ଦିଆଯାଇଥିଲା। ସାପ ଗୁଡ଼ିକ ଚାଲିଯିବା ପରେ ଦୋକାନୀ ଦୀର୍ଘଶ୍ୱାସ ଛାଡ଼ି ଦୋକାନ ସଫା କରିବା ଆରମ୍ଭ କରିଥିଲେ। ଆପଣ ମଧ୍ୟ ଏଥିପ୍ରତି ସତର୍କ ରହିବା ଉଚିତ୍। ଲକ୍ ଡାଉନ୍ ଯୋଗୁଁ ଦୀର୍ଘ ଦିନ ହେଲା ବନ୍ଦ୍ ଥିବା ଦୋକାନ ଯେବେ ଖୋଲୁଛନ୍ତି, ସତର୍କର ସହିତ ଭିତରେ ପ୍ରବେଶ କରନ୍ତୁ। ହୁଏତ ଏତେ ଦିନ ଭିତରେ ଆପଣଙ୍କ ଦୋକାନ ଭିତରେ ମଧ୍ୟ ସାପ, ବିଛା ଆଦି ପରି ବିଷାକ୍ତ ଜନ୍ତୁ ବସା କରି ଦେଇଥାଇ ପାରନ୍ତି। /-ଦେବଦତ୍ତ ରଥ

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏମ୍ସରେ ଭର୍ତ୍ତି