Odiapua.com

ଇନକ୍ସପେକ୍ଟର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବଜରଙ୍ଗ ଦଳ ପ୍ରମୁଖଙ୍କୁ ମିଳିଲା ବେଲ୍

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବୁନ୍ଦେଲଖଣ୍ଡରେ ଘଟିଥିବା ହିଂସାକାଣ୍ଡ ଏବଂ ଜଣେ ଇନକ୍ସପେକ୍ଟରଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ବଜରଙ୍ଗ ଦଳ ସ୍ଥାନୀୟ ପ୍ରମୁଖ ଯୋଗେଶ ରାଜଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି।ଏହା ପୂର୍ବରୁ ଏହି ଘଟଣାରେ ଅଭିଯୁକ୍ତ ବିଜେପି ନେତା ଶିଖର ଅଗ୍ରୱାଲ ଏବଂ ଅନ୍ୟ ୬ ଜଣ ଅଭିଯୁକ୍ତଙ୍କୁ ଜାମିନ ମିଳି ସାରିଛି।ଜାମିନ ମିଳିବା ପରେ ସେମାନଙ୍କୁ ସ୍ୱାଗତ କରାଯାଇଥିଲା।ସୂଚନାଯୋଗ୍ୟ ଯେ ଗୋହତ୍ୟାକୁ ନେଇ ବୁନ୍ଦେଲଖଣ୍ଡ ସହରରେ ହିଂସା ଉପୁଜିଥିଲା।ଏବଂ ଏହି ହିଂସାକାଣ୍ଡ ଭିତରେ ଇନକ୍ସପେକ୍ଟର ସୁବୋଧ ସିଂଙ୍କୁ ହତ୍ୟା କରାଯାଇଥିଲା।ଏବଂ ଏହି ହିଂସାକାଣ୍ଡ ଘଟଣାରେ ଯୋଗେଶ ରାଜଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି କୁହାଯାଉଥିଲା।//ଦେବଦତ୍ତ ରଥ