Odiapua.com

ଲୋକସଭାରେ ପାରିତ ହେଲା ଜାମ୍ମୁ-କାଶ୍ମୀର ପୁନର୍ଗଠନ ବିଲ

ନୂଆ ଦିଲ୍ଲୀ ୬-୮ (ଓଡ଼ିଆ ପୁଅ) ରାଜ୍ୟସଭା ପରେ ଏବେ ଲୋକସଭାରେ ମଧ୍ୟ ଜାମ୍ମୁ-କାଶ୍ମୀର ପୁନର୍ଗଠନ ବିଲକୁ ମଞ୍ଜୁରୀ ମିଳିଛି। ମଙ୍ଗଳବାରଦିନ ଲୋକସଭାରେ ଜାମ୍ମୁ-କାଶ୍ମୀର ପୁନର୍ଗଠନ ବିଲକୁ ପାଶ୍ କରିଦିଆଯାଇଛି। ଜାମ୍ମୁ-କାଶ୍ମୀର ପୁନର୍ଗଠନ ବିଲ ଉପରେ ଲୋକସଭାରେ ଭୋଟିଂଗ ସମୟରେ ସପକ୍ଷରେ ୩୭୦ ଭୋଟ ପଡ଼ିଥିଲା ଏବଂ ବିପକ୍ଷରେ ୭୦ ଭୋଟ ପଡ଼ିଥିଲା। ଅବଶ୍ୟ, ଏହି ସମୟରେ ସମାଜବାଦୀ ପାର୍ଟୀ ଭୋଟିଂରେ ନିଜେକୁ ଅଲଗା ରଖିଥିଲା ଏବଂ ୱାକ ଆଉଟ କରିଥିଲା।

ଏହା ପୂର୍ବରୁ କେନ୍ଦ୍ରୀୟ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଙ୍ଗଳବାରଦିନ ଲୋକସଭା ରେ ଜାମ୍ମୁ-କାଶ୍ମୀର ପୁନର୍ଗଠନ ବିଲ ଆଗତ କରିଥିଲେ। ତା’ ପରେ ସଦନରେ କଂଗ୍ରେସର ନେତା ଅଧୀର ରଞ୍ଜନ ଚୌଧରୀ କହିଲେ କି ମୋତେ ଲାଗୁନାହିଁ କି ଆପଣ ପିଓକେ ବିଷୟରେ ଭାବୁଛନ୍ତି ବୋଲି, ଆପଣ ସମସ୍ତ ନିୟମ ଉଲ୍ଲଂଘନ କରି ଏକ ରାଜ୍ୟକୁ ରାତାରାତି କେନ୍ଦ୍ର ଶାସିତ ପ୍ରଦେଶରେ ବଦଳାଇ ଦେଇଛନ୍ତି। ଲୋକସଭାରେ ଅମିତ ଶାହ ଏବଂ ଅଧୀର ରଞ୍ଜନଙ୍କ ମଧ୍ୟରେ ପ୍ରବଳ କଥା କଟାକଟି ହୋଇଥିଲା। ଅମିତ ଶାହା କହିଲେ କି କାଶ୍ମୀର ଏବଂ ପିଓକେ ପାଇଁ ଜୀବନ ମଧ୍ୟ ପାରିବେ। ଲୋକସଭାରେ ମଙ୍ଗଳବାରଦିନ ସରକାରଙ୍କର ତରଫରୁ ଜାମ୍ମୁ-କାଶ୍ମୀର ସମ୍ବନ୍ଧିତ ସଂକଳ୍ପ ଏବଂ ବିଧେୟକ ଅଣାଯିବାକୁ ନଜରରେ ରଖି କଂଗ୍ରେସ ସଦନର ନିଜର ସମସ୍ତ ସଦସ୍ୟମାନଙ୍କୁ ହ୍ୱିପ ଜାରୀ କରି ଉପସ୍ଥିତ ରହିବାକୁ କହିଥିଲା।

କୁହାଯାଇପାରେଯେ, କି ଜାମ୍ମୁ-କାଶ୍ମୀରରେ ଅନୁଚ୍ଛେଦ ୩୭୦ ର ଅଧିକତମ ପ୍ରାବଧାନ ସମାପ୍ତ କରିବା, ଜାମ୍ମୁ କାଶ୍ମୀରକୁ ବିଧାୟିକା ସମ୍ପର୍ଣ୍ଣ କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ଲାଦ୍ଦାଖକୁ ବିନା ବିଧାୟିକା କେନ୍ଦ୍ର ଶାସିତ ଅଞ୍ଚଳ ବନାଇବା ପାଇଁ ସମ୍ବନ୍ଧୀତ ସରକାରଙ୍କର ଦୁଇଟି ସାହସିକ ଏବଂ ଜଟିଳ ସଂକଳ୍ପ ଏବଂ ଦୁଇଟି ସମ୍ବନ୍ଧିତ ବିଧେୟକକୁ ସୋମବାରଦିନ ରାଜ୍ୟସଭାର ମଞ୍ଜୁରୀ ମିଳିଥିଲା। ଜାମ୍ମୁ କାଶ୍ମୀର ପୁନର୍ଗଠନ ବିଧେୟକକୁ ପାରିତ କରିବା ପାଇଁ ଉଚ୍ଚ ସଦନରେ ହେଲେ ମତ ବିଭାଜନରେ ସମ୍ବନ୍ଧିତ ପ୍ରସ୍ତାବ ବିପକ୍ଷରେ ୬୧ ପରିବର୍ତ୍ତେ ୧୨୫ ମତରେ ମଞ୍ଜୁରୀ ମିଳିଥିଲା।