Odiapua.com

୧୭ରେ ଖୋର୍ଦ୍ଧାରେ ଆୟୋଜିତ ହେବ ବୁଦ୍ଧିଜୀବି ସମ୍ମିଳନୀ ..

ଭୁବନେଶ୍ୱର: ଆସନ୍ତା ୧୭ ତାରିଖରେ ଖୋର୍ଦ୍ଧା ଟାଉନ୍ ହଲ୍, ଜୟୀ ରାଜଗୁରୁ ଭବନରେ “ଖୋର୍ଦ୍ଧା ସଚେତନ ନାଗରିକ ବୃନ୍ଦ” ସୌଜନ୍ୟରେ ଆୟୋଜିତ ହେବ ଏକ ବୁଦ୍ଧିଜୀବି ସମ୍ମିଳନୀ। ଶୀର୍ଷକ ରହିବ “ଆସନ୍ତୁ ଗଢ଼ିବା ସରସ ସୁନ୍ଦର ଖୋର୍ଦ୍ଧା, ଓଡ଼ିଶା”। ପୂର୍ବାହ୍ନ ୧୧ଟା ସମୟରେ ଆୟୋଜିତ ହେବ ଏହି କାର୍ଯ୍ୟକ୍ରମ। ଆଇନଜୀବୀ ଶକ୍ତି ଶଙ୍କର ମିଶ୍ରଙ୍କ ସଂଯୋଜନାରେ ହେବାକୁ ଯାଉଥିବା ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ମୁଖ୍ୟବକ୍ତା ଏବଂ ସମ୍ମାନିତ ଅତିଥି ଭାବରେ ଯୋଗଦେବେ ବିଶିଷ୍ଠ ଐତିହାସିକ ତଥା ଇତିହାସ ସଂକଳନ ସମିତି ସଦସ୍ୟ ନାରାୟଣ ରାଓ ଏବଂ ଅବସର ପ୍ରାପ୍ତ ସେନା ଅଧିକାରୀ କର୍ନେଲ୍ ଶରତ ଚନ୍ଦ୍ର ମିଶ୍ର। ସରସ ଓ ସୁନ୍ଦର ଖୋର୍ଦ୍ଧା ଗଢ଼ିବା ଦିଗରେ ନିଜର ଭୂମିକା ରଖିବା ପାଇଁ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଅଧିକରୁ ଅଧିକ ବୁଦ୍ଧିଜୀବୀ ଏହି ସମ୍ମିଳନୀରେ ଯୋଗଦେବା ପାଇଁ ଆୟୋଜକ ସମିତି ସଦସ୍ୟ ନିକୁଞ୍ଜ କିଶୋର ପଟ୍ଟନାୟକ ନିବେଦନ କରିଛନ୍ତି।
-/Dev@Drath