Odiapua.com

ବଜ୍ରପାତରେ ବୋହୂ ମୃତ, ଶାଶୁ ସମେତ ଦୁଇ ଗୁରୁତର

ପାଟଣା ୨୪-୭ (ଓଡ଼ିଆ ପୁଅ/ସନ୍ତୋଷ ପତି) – କେନ୍ଦୁଝର ଜିଲ୍ଲା ପାଟଣା ଥାନା ରାଇଡିହl ପଞ୍ଚଯାତ ଜରକାଣି ଗ୍ରାମର କାଳନ୍ଦୀ ମାଝୀଙ୍କ ପତ୍ନୀ ସନ୍ଧ୍ୟାରାଣୀ କିସ୍କୁଙ୍କ ବଜ୍ରଘାତରେ ମୃତ୍ୟୁ ଘଟିଛି। ଗୁରୁବାରଦିନ ନିଜ ବିଲରୁ ଚାଷ କାମ ସାରି ଶାଶୁ ସୁମିତ୍ରା ମାଝୀ ଓ ଅନ୍ୟ ଜଣେ ରଜନୀ ମୁଣ୍ଡା ଙ୍କ ସହିତ ଘର କୁ ଫେରିବା ସମୟରେ ବଜ୍ରପାତ ହୋଇଥିଲା ଫଳରେ ଘଟଣା ସ୍ଥଳରେ ତିନିଜଣ ଗୁରୁତର ହୋଇଥିଲେ। ସମସ୍ତଙ୍କୁ ସଙ୍ଗେ ସଙ୍ଗେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ନିଆ ଯାଇଥିଲା ସେଠାରେ ଡାକ୍ତର ସନ୍ଧ୍ୟରାଣୀଙ୍କୁ ମୃତ ଘେଷଣା କରିଥିଲେ। ମୃତ ସନ୍ଧ୍ୟାରାଣୀ କିସ୍କୁଙ୍କ ଶାଶୁ ସୁମିତ୍ରା ମାଝୀ ସମେତ ରଜନୀ ମୁଣ୍ଡାଙ୍କୁ ଗୁରୁତର ଅବସ୍ଥାରେ କରଞ୍ଜିଆ ମେଡିକାଲରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।