ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନୀ ମଣ୍ଡଳୀ ବିଜେଡି ବିଧାୟକ ମଦ୍ୟପାନ କରି ୨୫ରୁ ଅଧିକ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଛନ୍ତି। ଯାହା ଫଳରେ ୨୨ରୁ ଅଧିକ ଲୋକ ବିଭିନ୍ନ ସ୍ଥାନରେ ଚିକିତ୍ସାଧିନ ଅଛନ୍ତି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ସହ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ. ସମ୍ବିତ ପାତ୍ର ଏମ୍ସ ଯାଇ ଗୁରୁତର ଆହତମାନଙ୍କୁ ଭେଟିଛନ୍ତି। ଏହାପରେ ଏହା ଉପରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବିତ କହିଛନ୍ତି, ଲୋକଙ୍କ ହାତ, ଗୋଡ଼ ଭାଙ୍ଗିଥିବା ବେଳେ ଛାତିରେ ମଧ୍ୟ ଆଘାତ ଲାଗିଛି ଏବଂ ଅଧିକାଂଶ ଆହତ ମହିଳା। ମଦ୍ୟପାନ କରି ଦିନ ଦ୍ୱିପହରରେ ଜଣେ ନିର୍ବାଚିତ ପ୍ରତିନିଧିଙ୍କ ଏଭଳି ଜଘନ୍ୟ ଘଟଣା ନିନ୍ଦନୀୟ। ଏହା କେବଳ ବିଜେଡ଼ିର ଅହଙ୍କାରର ପରାକାଷ୍ଠା। ଚିଲିକାର ଉଭୟ ବ୍ଳକର ଚେୟାରମ୍ୟାନ୍ ନିର୍ବାଚନରେ ବିଜେପି ଜିତିଛି। ବାଣପୁରରେ ନିର୍ବାଚନ ଚାଲିଥିବା ସମୟରେ ହାରିବା ଭୟରେ ବିଧାୟକ ଲୋକତାନ୍ତ୍ରିକ ପ୍ରକ୍ରିୟାକୁ ବ୍ୟାଘାତ ସୃଷ୍ଟି କରିବାକୁ ଯାଇ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଗାଡ଼ି ଚଢ଼ାଇ ମାରିବାକୁ ଚେଷ୍ଟା କରିଛନ୍ତି।ଏହା ଗଣତନ୍ତ୍ରକୁ ହତ୍ୟା କରିବା ପାଇଁ ଚେଷ୍ଟା।
-/Dr