Odiapua.com

ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ: ସିଆରପିଏଫ୍ ର ୩ ଜବାନ ଶହୀଦ, ୪ ଆହତ

ଶ୍ରୀନଗର ୧୨ ଜୁନ୍ (ଓଡ଼ିଆ ପୁଅ) ଜାମ୍ମୁ କାଶ୍ମୀରର ଅନନ୍ତନାଗରେ ହୋଇଥିବା ଏକ ଆତଙ୍କବାଦୀ ଆକ୍ରମଣରେ ସିଆରପିଏଫ୍ ର ତିନି ଜଣ ଜବାନ ଶହୀଦ ହୋଇଛନ୍ତି ଏବଂ ଚାରିଜଣ ଆହତ ହୋଇଛନ୍ତି। ପୁଲିସ ଜଣେ ଆତଙ୍କବାଦୀକୁ ଗୁଳିରେ ମାରି ଦିଆଯାଇଛି। ସିଆରପିଏଫ୍ ସୂତ୍ରରୁ ଜଣାପଡ଼ିଛି କି ଏହି ଘଟଣା କେପି ଜନରଲ ବସ ଷ୍ଟାଣ୍ଡ ନିକଟରେ ସେହି ସମୟ ହୋଇଛି ଯେତେବେଳେ ଜବାନମାନେ ବାହନରେ ବସୁଥିଲେ ସେତେବେଳେ ଆତଙ୍କବାଦୀମାନେ ସୁରକ୍ଷା ବଳଙ୍କ ଉପରେ ଗୁଳି ଚାଳନା ଆରମ୍ଭ କରିଦେଇଥିଲେ।

ସିଆରପିଏଫ୍ ଜବାନମାନଙ୍କୁ ଆଇନ୍ – ବ୍ୟବସ୍ଥା ବନାଇଥିଲା ରଖିବା ପାଇଁ ଡ୍ୟୁଟିରେ ନିଯୁକ୍ତ କରାଯାଇଛି। ଆହତ ଜବାମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରେ ସିଆରପିଏଫ୍ ର ଦୁଇ ଜଣ ଜବାନଙ୍କ ସମେତ, ଏସଏଚଓ ଅନନ୍ତନାଗ ଅରଶଦ ଅହମ୍ମଦ ଏବଂ ଜଣେ ମହିଳା ସାମିଲ ଅଛନ୍ତି। ମହିଳାଙ୍କର ଗୋଡ଼ରେ ଗୁଳି ଲାଗିଛି। ଏସଏଚଓ ରଶଦ ଅହମ୍ମଦଙ୍କୁ ଚିକିତ୍ସା ପାଇଁ ଶ୍ରୀନଗର ଅଣାଯାଇଛି।