Odiapua.com

୧୮ ବର୍ଷର କିଶୋର ଆତ୍ମହତ୍ୟା କରିବା ପାଇଁ ଛୋଟ ଯାତ୍ରୀବାହୀ ପ୍ଲେନ୍‌ କୁ ପାଇଲଟଠାରୁ ଛଡ଼ାଇ ଉଡ଼ାଇବା ଆରମ୍ଭ କଲା, ତା ପରେ …

ନୂଆ ଦିଲ୍ଲୀ ୧୦-୭ (ଓଡ଼ିଆ ପୁଅ) ଟଳିଗଲା ବଡ଼ ବିପଦ। ପାଇଲଟ ଏବଂ ଯାତ୍ରୀଙ୍କର ଚତୁରତାହିଁ ସେମାନଙ୍କୁ ବଞ୍ଚାଇ ଦେଲା। ପଶ୍ଚିମ ଆଲାସ୍କା ଏକ ଏହିପରି ଅନନ୍ୟ ଘଟଣା ଘଟିଛି। ଏକ ଛୋଟ ବିମାନ ଯେଉଥିରେ କି ଛଅଜଣ ଯାତ୍ରୀ ଯାତାୟତ କରିପାରିବେ। ଏହି ବିମାନଟି ସାଧାରଣତଃ ବାଣିଜ୍ୟିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଥାଏ। ଆନ୍ତର୍ଜାତୀୟ ଖବର ଅମୁଯାୟୀ, ଏକ ଛୋଟ ପ୍ଲେନ୍‌ ରେ ଜଣେ କିଶୋର ଅବତରଣ କରିବା ପୂର୍ବରୁ କୋ ପାଇଲଟ ସିଟ୍‌ ରେ ବସି ଉଡ଼ାଇବା ଆରମ୍ଭ କରିଦେଇଥିଲା।

ବେଥେଲରୁ ପ୍ରାୟ ୯୦ ମାଇଲ ଉତ୍ତର-ପୂର୍ବରେ ଥିବା ବେଥେଲ ଏବଂ ଅନିଆକ ମଧ୍ୟରେ ଏହି ଘଟଣା ବୁଧବାର ଦିନ ଘଟିଛି। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଜଣେ ୧୮ ବର୍ଷ ବୟସ୍କ ଯାତ୍ରୀ ତାଙ୍କ ଆସନରୁ ଉଠି କୋ ପାଇଲଟ ଆସନରେ ବସି ବିମାନର କଣ୍ଟ୍ରୋଲ ନେବାକୁ ଚେଷ୍ଟା କରିଥିଲା। ଉକ୍ତ ଯୁବକର ଉଦ୍ଦେଶ୍ୟ ଥିଲା ପ୍ଲେନ କ୍ରାସ୍ ସହିତ ନିଜର ଆତ୍ମହତ୍ୟା। କିନ୍ତୁ ଯାତ୍ରୀଙ୍କ ସାହାଯ୍ୟରେ ମୁଖ୍ୟ ପାଇଲଟ ବିମାନର ନିୟନ୍ତ୍ରଣକୁ ଫେରାଇ ଆଣିବାରେ ସଫଳ ହୋଇଥିଲେ ଏବଂ ସଫଳ ଭାବରେ ଲ୍ୟାଣ୍ଡିଂ କରାଇପାରିଥିଲେ।

ସୂଚନାଯୋଗ୍ୟଯେ, ଏହା ଏକ ଛୋଟ ବିମାନ। ଯାହାକି କିଛି ସୀମିତ ଲୋକଙ୍କୁ ନେଇ ଯାତାୟତ କରିଥାଏ। ଏଥିରେ କେବଳ ୬ଟି ସିଟ ଏବଂ ଦୁଇଟି ପାଇଲଟ ସିଟ୍ ଥାଏ। ତେବେ ଏହି ବିମାନ ଗୁଡ଼ିକରେ ସାଧାରଣତଃ ପାଇଲଟ ଏବଂ ଯାତ୍ରୀଙ୍କ ମଧ୍ୟରେ କୌଣସି ବ୍ୟାରିକେଟ୍ ନଥାଏ। ଅତି ମଧ୍ୟରେ ୧୮ ବର୍ଷର ଯୁବକ ଜଣକ ପ୍ରଥମେ ବିମାନ ଉଡ଼ାଇବା ପାଇଁ କୋ ପାଇଲଟ୍ ସିଟ୍ ରେ ବସିବାକୁ ପାଇଲଟ୍ କୁ ଅନୁରୋଧ କରିଥିଲା। କିନ୍ତୁ ପାଇଲଟ ମନା କରିଦେଇଥିଲେ। ପରବର୍ତ୍ତୀ ସମୟରେ ସେ ନିଜ ସିଟ୍ ରୁ ଯାଇ କୋ ପାଇଲଟ୍ ସିଟ୍ ରେ ବସି ଯାଇଥିଲା ଏବଂ ବିମାନକୁ ଅବତରଣ କରିବା ପୂର୍ବରୁ କ୍ରାସ୍ କରାଇବା ପାଇଁ ଚେଷ୍ଟା କରିଥିଲା। ଇତି ମଧ୍ୟରେ ପାଇଲଟ ଜଣକ ଏହା ଜାଣିପାରିଥିଲେ ଏବଂ ବିମାନର କଣ୍ଟ୍ରୋଲ ନିଜ ହାତକୁ ସମ୍ପୂର୍ଣ୍ଣ ନେବାକୁ ଚେଷ୍ଟା କରିଥିଲେ। ସେଥିପାଇଁ ଅନ୍ୟ ପାସେଞ୍ଜରମାନେ ଯୁବକକୁ କାବୁ କରିବାକୁ ଚେଷ୍ଟାକରି ସଫଳ ହୋଇଥିଲେ। ଏହା ପରେ ପାଇଲଟଙ୍କ ହାତକୁ କଣ୍ଟ୍ରୋଲ ସମ୍ପୂର୍ଣ୍ଣ ଆସିଯାଇଥିଲା ଏବଂ ବିମାନଟି ସଫଳତାର ସହିତ ଅବତରଣ କରିଥିଲା। ଏପରି ଅବସ୍ଥାରେ ଯଦି ପାଇଲଟଙ୍କର ହାତରୁ କଣ୍ଟ୍ରୋଲ ଚାଲିଯାଇଥାନ୍ତା ତେବେ ବିମାନଟି ନିଶ୍ଚିତ ଭାବରେ କ୍ରାସ୍ ହୋଇଥାନ୍ତା। ତେବେ ଯାହାହେଉ ପାଇଲଟ ଏବଂ ଅନ୍ୟ ଯାତ୍ରୀଙ୍କର ସହାୟତାରେ ବିମାନଟି ଭଲଭାବରେ ଅବତରଣ କରିପାରିଥିଲା। ଅକ୍ତ ଯୁବକକୁ ଗିରଫ କରାଯାଇଛି।