Odiapua.com

ବ୍ଲାକବୋର୍ଡ଼ରେ ଜୟ ଶ୍ରୀରାମ ଲେଖିବାରୁ ଛାତ୍ରକୁ ନିସ୍ତୁକ ମାଡ଼ ମାରିଲେ ଶିକ୍ଷକ

ନୂଆଦିଲ୍ଲୀ: ବ୍ଲାକବୋର୍ଡ଼ରେ ଜୟ ଶ୍ରୀରାମ ଲେଖିବାରୁ ଛାତ୍ରକୁ ନିସ୍ତୁକ ମାଡ଼ ମାରିଲେ ଶିକ୍ଷକ। ଛାତ୍ରଟି ଏବେ ଗୁରୁତ୍ୱର ଆହତ ହୋଇ ଚିକିତ୍ସାଧିନ ଅଛନ୍ତି। ଜାମ୍ମୁ-କାଶ୍ମୀର କାଠୁଆରେ ଏକ ସରକାରୀ ଉଚ୍ଚମାଧ୍ୟମିକ ସ୍କୁଲ୍‌ରେ ଏଭଲି ଘଟଣା ଘଟିଛି। କ୍ରୁର ଶିକ୍ଷକୁ ଗିରଫ କରାଯାଇଛି। ମାଡ଼ ଖାଇଥିବା ଛାତ୍ର କହିବା ଅନୁଯାୟୀ ଯେ ଶ୍ରେଣୀ ଗୃହର କଳାପଟାରେ ଜୟ ଶ୍ରୀ ରାମ ଲେଖିବାରୁ ତାଙ୍କୁ ଏମିତି ମାଡ଼ ହୋଇଛି। ଘଟଣାରେ ପୁଲିସ ଅଭିଯୁକ୍ତ ଶିକ୍ଷକ ଓ ପ୍ରନ୍ସିପାଲଙ୍କ ବିରୋଧରେ ମାମଲା ରୁଜୁ କରିଛି। ତେବେ ପ୍ରିନ୍ସିପାଲ ଫେରାର ହୋଇଯାଇଛନ୍ତି ବୋଲି ପୁଲିସ ସୂଚନା ଦେଇଛି। ଶିକ୍ଷକ ଓ ପ୍ରିନ୍ସିପାଲଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଟର ଧାରା ୩୨୩ (ଜାଣିଶୁଣି ଆଘାତ ଦେବା), ଧାରା ୩୪୨ (ଭୁଲ୍ ଭାବରେ ବିରୋଧ କରିବା), ୫୦୪(ଜାଣିଶୁଣି ଅପମାନିତ କରିବା), ୫୦୫ (ଅପରାଧିକ ଧମକ) ଲାଗିଛି। ଏଥିସହିତ ନାବାଳକ ନ୍ୟାୟ (ଶିଶୁମାନଙ୍କର ଯତ୍ନ ଏବଂ ସୁରକ୍ଷା) ଅଧିନିୟମ ୭୫ (ଶିଶୁଙ୍କ ପ୍ରତିଙ୍କ ନିଷ୍ଠୁର ଆଚରଣ) ଲଗାଯାଇଛି। ଘଟଣା ପରେ କାଠୁଆ ଡେପୁଟି କମିଶନର ଏକ ନୋଟିସ୍ ଜାରି କରିଛନ୍ତି। ୩ ଜଣିଆ କମିଟି ଏହାର ତଦନ୍ତ କରିବ। ଏଥିରେ ବାଣିର ସବ ଡିଭିଜନାଲ ମାଜିଷ୍ଟ୍ରେଟ୍‌, କାଠୁଆ ଉପମୁଖ୍ୟ ଶିକ୍ଷାଧିକାରୀ ଓ ଖରୋଟେର ସରକାରୀ ଉଚ୍ଚମାଧ୍ୟମିକ ସ୍କୁଲ୍‌ର ପ୍ରନ୍ସିପାଲ୍ ରହିବେ।
-/DevDrath