Odiapua.com

ଚନ୍ଦ୍ରବାବୁଙ୍କର ୪ ସାଂସଦ TDP ଛାଡ଼ି ବିଜେପିରେ ହେଲେ ସାମିଲ

ନୂଆ ଦିଲ୍ଲୀ ୨୦-୬ (ଓଡ଼ିଆ ପୁଅ) : ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ତେଲଗୁ ଦେଶମ ପାର୍ଟୀର ଅଧ୍ୟକ୍ଷ ଏନ ଚନ୍ଦ୍ରବାବୁ ନାଇଡ଼ୁଙ୍କୁ ବଡ଼ ଝଟକା ଲାଗିଛି। ତାଙ୍କ ପାର୍ଟିର ଚାରିଜଣ ରାଜ୍ୟସଭା ସଦସ୍ୟ ଇସ୍ତଫା ଦେଇକରି ଟିଡିପି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ସୂତ୍ର ମୁତାବକ ଟିଡିପିରେ ରାଜ୍ୟସଭା ସଦସ୍ୟ ସିଏମ୍ ରମେଶ, ଟିଜି ଭେଙ୍କଟେଶ, ଜି ମୋହନ ରାଓ ଏବଂ ୱାଇଏସ ଚୌଧୁରୀ ଟିଡିପିକୁ ଛାଡ଼ି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଏହି ସାଂସଦମାନେ ବିଜେପି କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ନୂଆ ଦିଲ୍ଲୀରେ ବିଜେପିରେ ସାମିଲ ହୋଇଛନ୍ତି। କିନ୍ତୁ ଏମାନଙ୍କ ମଧ୍ୟରୁ ଜିଏମ୍ ରାଓଙ୍କ ସ୍ୱାସ୍ଥ୍ୟ ଖରାପ ଥିବାରୁ ସେ ପରେ ବିଜେପିରେ ସାମିଲ ହେବେ।

ଏହି ଚାରି ନେତାମାନେ ନାଇଡ଼ୁଙ୍କର ପାର୍ଟି ଛାଡ଼ିବା ପାଇଁ ପ୍ରସ୍ତୁତି କରିବା ପରେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି। କୁହାଯାଉଛିଯେ, ଟିଡିପିର ରାଜ୍ୟସଭାର ସର୍ବମୋଟ ୬ ରୁ ୪ ଜଣ ସଦସ୍ୟ ଯଦି ପାର୍ଟି ଛାଡ଼ି ଦିଅନ୍ତି ତେବେ ଦଳ ବଦଳ ଆଇନ୍ ଲାଗୁ ହେବ ନାହିଁ। ଏପରିକି ସେମାନେ ରାଜ୍ୟସଭାର ସଦସ୍ୟ ମଧ୍ୟ ବନି ରହିବେ।

ଗୋଟିଏ ପଟେ ଯେଉଁଠି ଟିଡିପି ପ୍ରମୁଖ ନିଜର ପରିବାର ସହିତ ବିଦେଶରେ ଛୁଟି ମନାଉଛନ୍ତି, ଅପର ପକ୍ଷରେ ତାଙ୍କ ପାର୍ଟି ଭାଙ୍ଗିବାକୁ ଯାଉଛି। ତାଙ୍କର ପାର୍ଟୀର ବରିଷ୍ଠ ନେତା ଏବଂ ରାଜ୍ୟସଭା ସାଂସଦ ତାଙ୍କ ପାର୍ଟୀ ଛାଡ଼କରି ବିଜେପିରେ ସାମିଲ ହେଉଛନ୍ତି।

କୁହାଯାଇପାରେଯେ, କି ନିକଟରେ ହୋଇଥିବା ଲୋକସଭା ନିର୍ବାଚନରେ ଟିଡିପିର ପ୍ରଦର୍ଶନ ଅତ୍ୟନ୍ତ ନିରାଶାଜନକ ରହିଥିଲା। ପାର୍ଟୀ ଆନ୍ଧ୍ର ପ୍ରଦେଶର ୨୫ଟି ଲୋକସଭା ସିଟ୍ ରୁ କେବଳ ୩ ଟି ଆସନରେ ବିଜୟ ଲାଭ କରିଥିଲା ଏବଂ ୱାଇଏସଆର କଂଗ୍ରେସ ୨୨ଟି ସିଟ୍ ଉପରେ କବ୍ଜା କରିଛି। ଅପରପଟେ ବିଧାନସଭା ନିର୍ବାଚନରେ ଟିଡିପି ପ୍ରଦେଶର ୧୭୫ଟି ସିଟ୍ ରୁ କେବଳ ୨୩ଟି ଆସନରେ ହିଁ ବିଜୟଲାଭ କରିଛି। ସବୁଠାରୁ ଅଧିକ ଆସନ ୧୫୧ ୱାଇଏସଆର କଂଗ୍ରେସ ଖାତାକୁ ଯାଇଛି। ଜନସେନା ପାର୍ଟୀ ଗୋଟିଏ ସିଟରେ କବ୍ଜା କରିଛି।