Odiapua.com

ବିଜେପି ପକ୍ଷରୁ ଟାଙ୍ଗି ବ୍ଲକ ଘେରାଉ

ଖୋର୍ଦ୍ଧା;୦୨,ନଭେମ୍ବର:ବିଜେଡି ଶାସନ ସମୟରେ ପିସି କାରବାର,ଦୁର୍ନୀତି,ଭ୍ରଷ୍ଟାଚାର,ବ୍ୟଭିଚାର,ଗୁଣ୍ଡାରାଜ,ଗଣ ଦୁଷ୍କର୍ମ ଏବଂ ପ୍ରିୟାପ୍ରୀତି ତୋଷଣ ବିରୋଧରେ ରାଜ୍ୟ ବିଜେପି ପକ୍ଷରୁ ଚାଲିଥିବା ବ୍ଲକ ଘେରାଉ କାର୍ଯ୍ୟକ୍ରମ ଅନୁଯାୟୀ ୦୨ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ଘେରାଉ ହୋଇଛି।ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପ୍ରଭାରୀ ତଥା ଭୁବନେଶ୍ୱରର ପୂର୍ବତନ ଡେପୁଟି ମେୟର ଉର୍ମିଳା ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ଉପସଭାପତି ସମିର ମହାନ୍ତି,ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ,ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପୂର୍ବତନ ବିଧାୟକ ଜିତୁ ମିତ୍ର,ରାଜ୍ଯ କାର୍ଯ୍ଯକାରିଣୀ ସଦସ୍ଯ ନିକୁଞ୍ଜ ପଟ୍ଟନାୟକ,ରଶ୍ମି ରଂଜନ ମହାପାତ୍ର,କାଳୁ ଖଣ୍ଡୟତରାୟ,କୃଷ୍ଣ ଜଗଦ୍ଦେବ,ରାଜ୍ଯ କୃଷକ ମୋର୍ଚ୍ଚା ସଂପାଦକ ଶ୍ରୀରଂଜନ ମଙ୍ଗରାଜ,ଜିଲ୍ଲା ପରିଷଦ ସଭ୍ଯା ମମତା ଜେନା,ମଣ୍ଡଳ ସଭାପତି ରାମଚନ୍ଦ୍ର ପରିଡା,ପବିତ୍ର ଭୁଜବଳ,ସାଗର ବାରିକ,ମଙ୍ଗୁଳି ଜେନା ଆଦିଙ୍କ ସମେତ ଟାଙ୍ଗି ବ୍ଲକ ବିଜେପିର ବିଭିର୍ଣ୍ଣ ନିର୍ବାଚିତ ପ୍ରତିନିଧି, ପଦାଧିକାରୀ, କାର୍ଯ୍ୟକର୍ତ୍ତା ଆଦି ଯୋଗ ଦେଇଥିଲେ।ଦୀର୍ଘ ଦିନ ପରେ ବିଜେପି ପକ୍ଷରୁ ଟାଙ୍ଗି ବ୍ଲକରେ ଏକ ବଡ଼ କାର୍ଯ୍ୟକ୍ରମ ଏବଂ ତାହା ପୁଣି ବିଜେଡି ତଥା ସ୍ଥାନୀୟ ବିଧାୟକଙ୍କ ବିରୋଧରେ ଯାଉଥିବାରୁ କାର୍ଯ୍ୟକର୍ତ୍ତାଙ୍କ ଭିତରେ ପ୍ରବଳ ଉତ୍ସାହ ପରିଲିକ୍ଷିତ ହୋଇଥିଲା।/ଦେବଦତ୍ତ