Odiapua.com

ଖାଲି ପାଣି ବୋତଲ ଦିଅ, ପାଞ୍ଚ ଟଙ୍କା ନିଅ

ପାଟକୁରା, ୨୪।୭(ଓଡିଆ ପୁଅ/ପଙ୍କଜିନୀ ନାୟକ): ଖାଲି ପାଣି ବୋତଲ ଦିଅ, ପାଞ୍ଚ ଟଙ୍କା ନିଅ। ହଁ ଆଜ୍ଞା, ଏଣିକି ରେଳ ଷ୍ଟେସନ ଓ ଟ୍ରେନ ବଗିରେ ପଡିଥିବା ଖାଲି ପାଣି ବୋତଲ ପିଛା ୫ ଟଙ୍କା ଲେଖାଏଁ ମିଳିବ ବୋଲି ରେଳ ମନ୍ତ୍ରାଳୟ ସ୍ଥିର କରିଛି। ଯିଏ ଏହି ବୋତଲ ଆଣି ଜମା କରିବ ପରେ ବୋତଲ ପିଛା ୫ ଟଙ୍କା ଲେଖାଏଁ ମିଳିବ।

ତେବେ ଖାଲି ପାଣି ବୋତଲରୁ ଟି ସାର୍ଟ ପ୍ରସ୍ତୁତ କରାଯିଵ ବୋଲି ନେଇ ରେଳ ମନ୍ତ୍ରାଳୟ ଯୋଜନା ପ୍ରସ୍ତୁତ କରିଥିବା ସୂଚନା ମିଳିଛି।

ପ୍ରକୃତରେ ଖାଲି ପାଣି ବୋତଲ ସଂଗ୍ରହ କରିବା ଦ୍ୱାରା ରେଳ ବଗି ଆବର୍ଜନା ମୁକ୍ତ ହେବା ସହ ପରିବେଶ ପ୍ରଦୂଷଣ ମଧ୍ୟ ଦୂର ହୋଇପାରିବ ବୋଲି ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଅନ୍ୟପଟେ ପୂର୍ବ-ମଧ୍ୟ ରେଳ ପକ୍ଷରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପାଟନା ଜଙ୍କସନ, ରାଜେନ୍ଦ୍ର ନଗର, ପାଟନା ସାହିବ ଓ ଦାନପୁର ଷ୍ଟେସନରେ ଏକ ମେସିନ ଲଗାଯାଇଛି।

ପ୍ଲାଷ୍ଟିକ ବୋତଲକୁ ନଷ୍ଟ କରାଯିବା ସହ ଟୋପି ଓ ସାର୍ଟ ପ୍ରସ୍ତୁତ କରାଯାଉଛି। ପ୍ଲାଷ୍ଟିକ ବୋତଲରୁ ପିନ୍ଧିବା ଉପଯୋଗୀ ସାର୍ଟ ପ୍ରସ୍ତୁତ କରାଯିବା ଉଦ୍ୟମ ଆରମ୍ଭ କରାଯାଇଥିଵା ପୂର୍ବ ମଧ୍ୟ ରେଲୱେର ମୁଖ୍ୟ ଜନସମ୍ପର୍କ ଅଧିକାରୀ କହିଛନ୍ତି।