Odiapua.com

ଖୋର୍ଦ୍ଧାରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ..

ଖୋର୍ଦ୍ଧା: ଭାରତୀୟ ଜନତା ପାର୍ଟି ଓ ପତଞ୍ଜଳୀ ଯୋଗ ସମିତି ଖୋର୍ଦ୍ଧାର କାର୍ଯ୍ୟକର୍ତ୍ତା ମାନଙ୍କ ମିଳିତ ପ୍ରଚେଷ୍ଟାରେ ଖୋର୍ଦ୍ଧା ସ୍ଥିତ ନୂଆ ବସ୍ ଷ୍ଟାଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନ କ୍ରମେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସକାଳ ୧୦ଟାରୁ ଆରମ୍ଭ ହୋଇ ୧୧: ୩୦ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଜେପିର ବରିଷ୍ଠ ନେତା ନିକୁଞ୍ଜ ପଟ୍ଟନାୟକ ଓ ପତଞ୍ଜଳୀ ଯୋଗ ସମିତି ଖୋର୍ଦ୍ଧାର ବରିଷ୍ଠ ବୁଦ୍ଧିଜୀବି ସୀତାକାନ୍ତ ପଣ୍ଡା କାର୍ଯ୍ୟକ୍ରମର ବିଶେଷତା ସମ୍ପର୍କରେ ବକ୍ତବ୍ୟ ରଖିବା ପରେ ବିଜେପି ଜିଲ୍ଲା ସଭାପତି ସଭାପତି ରଶ୍ମୀରଞ୍ଜନ ମହାପାତ୍ର ଏବଂ ପତଞ୍ଜଳୀ ଯୋଗ ସମିତି ଖୋର୍ଦ୍ଧାର ସୁଧାଂଶୁ ଅଧିକାରୀ ବସ୍ ଷ୍ଟାଣ୍ଡ ପରିସରରେ ସ୍ବଛ ଭାରତ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଖୋର୍ଦ୍ଧା ପୌରାଞ୍ଚଳ କାଉନସିଲର ଲୀନା ସ୍ବାଇଁ, ସୃଷ୍ଟି ମାଝୀ, ରଜତ୍ ଶର୍ମା, ସୂର୍ଯ୍ୟ ଦାଶ, ବଦ୍ରିନାରାୟଣ ଦାଶ, ଅଭିମନ୍ୟୁ ଘଟୁଆଳ, ପ୍ରଭାବ ରାଉତରାୟ, ସୂଚୀସ୍ମିତା ବଡ଼ଜେନା ଓ ଶତାଧିକ ସ୍ବେଚ୍ଛାସେବୀଙ୍କ ସମେତ ବହୁ ବରିଷ୍ଠ ବୁଦ୍ଧିଜୀବି ଓ ମହିଳାମାନେ ଶ୍ରମଦାନ କରିଥିଲେ।
-/DevDr