Odiapua.com

ପୁରୀରେ ସନ୍ଦିଗ୍ଧ ବିଦେଶୀ ପର୍ଯ୍ୟଟକ ଚିକିତ୍ସା ପାଇଁ ଡାକ୍ତର ଖାନାରେ ଭର୍ତି ହେଲେ

ପୁରୀ, ୧୫/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଇଉରୋପର ଲିଥୁଆ ନିଆର ନାବାଳିକା ଦୀର୍ଘ ୩ ସପ୍ତାହ ଧରି ଥଣ୍ଡା କାଶ ରେ ପିଡିତ ହୋଇଥିଲେ। ଆଜି ପ୍ରଥମେ ତାଙ୍କ ପରିବାର ସହ ଏକ ବେସରକାରୀ ହସପିଟାଲକୁ ଚିକିସିôତ ହେବା ପାଇଁ ଯାଇଥିବା ବେଳେ ତାଙ୍କୁ ଉକ୍ତ ହସପିଟାଲ ପୁରୀ ବଡ ଡାକ୍ତରଖାନା କୁ ପଠାଇଥିଲେ। ତା ପରେ ପୁରୀ ସଦର ଚିକିତ୍ସାଳୟରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତି କରାଯାଇଛି। ଡାକ୍ତରାଣୀ କୁମୁଦୁନୀ ମିଶ୍ର ତାଙ୍କୁ ପ୍ରାଥମିକ ଚିକିତ୍ସା କରିବା ପରେ କରୋନା ଆଇସୋଲେସନ ରେ ରଖାଯାଇ ଚିକିତ୍ସା କରାଯାଉଛି। ଏସଂପର୍କରେ ଜିଲା ମୁଖ୍ୟ ଚିକିତ୍ସାଧୀକାରୀଙ୍କୁ ପଚାରିବାରୁ ସେ ଏହାକୁ ଅସ୍ୱୀକାର କରିଛନ୍ତି। କରୋନା ପାଇଁ ପୁରୀ ରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।