Odiapua.com

ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ସୁରେଶ ଚନ୍ଦ୍ର ମହାପାତ୍ର

ଭୁବନେଶ୍ବର ୧-୧ (ଓଡ଼ିଆ ପୁଅ) : ନୂଆବର୍ଷରେ ନୂଆ ମୁଖ୍ୟ ଶାସନ ସଚିବଙ୍କର ଦାୟୀତ୍ତ୍ୱ ଗ୍ରହଣ। ୧୯୮୬ ବ୍ୟାଚର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

ସୂଚନାଯୋଗ୍ୟଯେ, ଗତକାଲି ଅସିତ ତ୍ରିପାଠୀ ଅବସର ଗ୍ରହଣ କରିଥିଲେ। ସୁରେଶ ଚନ୍ଦ୍ର ମହାପାତ୍ର ପୂର୍ବରୁ ଜିଲ୍ଲାପାଳ, ସଚିବ, ପୁରୀ ଶ୍ରୀ ମନ୍ଦିରର ମୁଖ୍ୟ ପ୍ରଶାସକ ଓ ଉନ୍ନୟନ କମିଶନର ଭାବେ ସଫଳତାର ସହ କର୍ଯ୍ୟ କରିଛନ୍ତି।