Odiapua.com

ଶ୍ରୀମନ୍ଦିର ସଂସ୍କାର ଜନିତ ମାମଲାରେ ସୁପ୍ରିମ କୋର୍ଟଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ରାୟ

ନୂଆ ଦିଲ୍ଲୀ ୪-୧୧ (ଓଡ଼ିଆ ପୁଅ) ଶ୍ରୀମନ୍ଦିର ସଂସ୍କାର ଜନିତ ମାମଲାରେ ସୁପ୍ରିମ୍ କୋର୍ଟ ମଧ୍ୟବର୍ତ୍ତୀକାଳୀନ ଗୁରୁତ୍ତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ଏହି ରାୟରେ ୨୨ଟି ନିର୍ଦ୍ଦେଶନାମା ଜାରି କରିଛନ୍ତି ସୁପ୍ରିମକୋର୍ଟ। ଶ୍ରୀମନ୍ଦିର ଲାଗି ଜଣେ ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚତମ ନ୍ୟାୟାଳୟ। ୬୦ ହଜାର ତୀର୍ଥଯାତ୍ରୀଙ୍କ ପାଇଁ ଆଶ୍ରୟ ସ୍ଥଳୀ ନିର୍ମାଣ କରିବା, ସହରର ବର୍ଯ୍ୟବସ୍ତୁର ପ୍ରବନ୍ଧନ, ଜଗନ୍ନାଥ ସଂସ୍କୃତିର ସଂପ୍ରସାରଣ ପାଇଁ ଶିକ୍ଷାନୁଷ୍ଠାନ, ମହିଳା ଶ୍ରଦ୍ଧାଳୁମାନଙ୍କ ପାଇଁ ସୁରକ୍ଷା ଆଦି ୨୨ଟି ନିର୍ଦ୍ଦେଶନାମା ଜାରି କରିଛନ୍ତି ସୁପ୍ରିମକୋର୍ଟ।

 

ଶ୍ରୀମନ୍ଦିର ସୁରକ୍ଷା ଶୃଙ୍ଖଳିତ ଦର୍ଶନ ବା ଧାଡ଼ି ଦର୍ଶନ, ଶ୍ରୀମନ୍ଦିର ପରିସରରୁ ୭୫ମିଟର ଉଚ୍ଛେଦ ପ୍ରସଙ୍ଗ, ସେବାପୂଜା ଓ ଶ୍ରଦ୍ଧାଳୁଙ୍କ ରହଣୀ, ଭୂସମ୍ପତି ସୁରକ୍ଷା , ଅନ୍ନଦାତା ଆଟିକା, ଦାନ ଦକ୍ଷିଣା ବନ୍ଦ ଭଳି ସମେତ ୨୨ଟି ପ୍ରସ୍ତାବ ନେଇ ଆଜି ସୁପ୍ରିମକୋର୍ଟ ନର୍ଦ୍ଦେଶନାମା ଜାରି କରିଛନ୍ତି।