Odiapua.com

ଫାଶୀ ଦଣ୍ଡ ପାଇଁ ପଥ ପରିଷ୍କାର – ସୁପ୍ରୀମ କୋର୍ଟରେ ମୁକେଶର ଅପିଲ ଖାରଜ

ନୂଆ ଦିଲ୍ଲୀ ୨୯-୧ (ଓଡ଼ିଆ ପୁଅ) ନିର୍ଭୟା କେସରେ ଦୋଷୀ ମୁକେଶ ସିଂହର ଯାଚିକା ଖାରଜ ହେବା ସହିତ ପାଶୀ ଦଣ୍ଡର ରାସ୍ତା ପରିଷ୍କାର ହୋଇଯାଇଛି। କାରଣ ପୁନର୍ବିଚାର ଯାଚିକା, କ୍ୟୁରେଟିବ ପିଟିସନ ଏବଂ ରାଜକ୍ଷମା ତିନୋଟିଯାକ ଖାରଜ ହେବା ପରେ ତା’ ପାଖରେ କେବଳ ରାଷ୍ଟ୍ରପତି ଭବନର ନିଷ୍ପତିକୁ ସୁପ୍ରୀମ କୋର୍ଟରେ ଚ୍ୟାଲେଞ୍ଜ କରିବାର ରାସ୍ତା ବଞ୍ଚିଥିଲା ଯାହାକି ଆଜି ତାହା ଖାରଜ ହୋଇଯାଇଛି।

ନିର୍ଭୟା ଗ୍ୟାଙ୍ଗରେପ କେସର ଦୋଷୀ ମୁକେଶ ନିଜର ଯାଚିକାରେ ଜେଲରେ ଯୌନ ଶୋଷଣ ବିଷୟରେ କହି ଯାଚିକା ଦାଖଲ କରିଥିଲା। କୋର୍ଟ ତା’ର ସମସ୍ତ ଦଲିଲକୁ ନିରାଧାର ବୋଲି କହିଛନ୍ତି। କୋର୍ଟ ଏହା କହି ଯାଚିକାକୁ ଖାରଜ କରିଛନ୍ତି କି ଜେଲରେ ଟର୍ଚର ରାଷ୍ଟ୍ରପତିଙ୍କର ରାଜକ୍ଷମା ଖାରଜ କରିବାର ନିଷ୍ପତିର ସମୀକ୍ଷାର ଆଧାର ହୋଇପାରିବ ନାହିଁ।

ଜଷ୍ଟିସ ଆର. ଭାନୁମତି, ଜଷ୍ଟିସ ଅଶୋକ ଭୂଷଣ ଏବଂ ଜଷ୍ଟିସ ଏଏସ. ବୋପନ୍ନାଙ୍କର ବେଞ୍ଚ କହିଛନ୍ତି କି ରାଷ୍ଟ୍ରପତିଙ୍କ ଦ୍ବାରା ରାଜ କ୍ଷମାର ଶୀଘ୍ର ସ୍ପଷ୍ଟ କରାଯିବାର ଅର୍ଥ ଏହା ନୁହେଁ କି ସେ ଭାବିଚିନ୍ତି ନିଷ୍ପତି ନେଇ ନାହାଁନ୍ତି। ବେଞ୍ଚ କହିଲେ କି ନିର୍ଭୟା ମାମଲାରେ ଶୁଣାଣି କୋର୍ଟ, ହାଇକୋର୍ଟ ଏବଂ ସୁପ୍ରୀମ କୋର୍ଟର ନିଷ୍ପତି ସହିତ ପ୍ରାସଂଗିକ ରେକର୍ଡ଼ ରାଷ୍ଟ୍ରପତିଙ୍କର ସମକ୍ଷରେ ଗୃହ ମନ୍ତ୍ରଣାଲୟ ତରଫରୁ ଦିଆଯାଇଛି। କୋର୍ଟ ଏହା ମଧ୍ୟ କହିଲେ କି ଜେଲରେ କଥିତ ପୀଡ଼ାର ସାମନା କରିବା ରାଷ୍ଟ୍ରପତିଙ୍କର ରାଜ କ୍ଷମା ଖାରଜ କରିବା ବିରୁଦ୍ଧରେ ଆଧାର ବନାଯାଇପାରିବ ନାହିଁ।

ଏହା ପୂର୍ବରୁ ମଙ୍ଗଳବାରଦିନ କୋର୍ଟ ଦୁଇ ପକ୍ଷର ତର୍କ ଶୁଣିଥିଲେ। ମୁକେଶଙ୍କର ଓକିଲ ଅଂଜନା ପ୍ରକାଶ ଦୃଢ଼ୋକ୍ତି କରିଥିଲେ କି ଜେଲରେ ମୁକେଶର ଯୌନ ଶୋଷଣ ହୋଇଥିଲା ଏବଂ ତା’ର ଭାଇ ରାମ ସିଂହର ହତ୍ୟା କରାଯାଇଥିଲା। ଏହି ସମୟରେ ଜେଲ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ, କିନ୍ତୁ ସେ କିଛି କହିନଥିଲେ। ଓକିଲ ଅଂଜନା ପ୍ରକାଶ କହିଥିଲେ କି ରାଷ୍ଟ୍ରପତିଙ୍କର ଆଗରେ ଅନେକ କାଗଜପତ୍ର ରଖାଯାଇନାହିଁ, ସେଥିପାଇଁ ରାଜ କ୍ଷମା ଖାରଜ ହେବା ବିରୁଦ୍ଧରେ ସୁପ୍ରୀମ କୋର୍ଟଙ୍କୁ ବିଚାର କରିବା ଆବଶ୍ୟକ। ଦୁଇ ପକ୍ଷକୁ ଶୁଣିବା ପରେ କୋର୍ଟ ବୁଧବାର ପାଇଁ ନିଷ୍ପତି ସୁରକ୍ଷିତ ରଖିଥିଲେ।

ଆଜି ରାୟ ଶୁଣାଇ ସୁପ୍ରୀମ କୋର୍ଟ କହିଲେ, ‘ଆମେ ନିଜକୁ ସନ୍ତୁଷ୍ଟ କରିବା ପାଇଁ ରାଷ୍ଟ୍ରପତିଙ୍କପାଖକୁ ପଠାଯାଇଥିବା ସମସ୍ତ କାଗଜପତ୍ରକୁ ଦେଖିଛୁ। ଗୃହ ମନ୍ତ୍ରଣାଳୟ ସମସ୍ତ କାଗଜପତ୍ର ପଠାଇଛନ୍ତି। ମୁକେଶର ଯାଚିକାରେ କୌଣସି ମେରିଟ ନାହିଁ। ଜେଲରେ ପ୍ରତାଡ଼ନା ଦୟା ପାଇଁ କୌଣସି ଆଧାର ନୁହେଁ।’ ତା’ ପରେ ମୁକେଶର ଯାଚିକାକୁ ଖାରଜ କରିଦେଇଥିଲେ ସୁପ୍ରିମ୍ କୋର୍ଟ।