Odiapua.com

କଂଗ୍ରେସକୁ ବଡ଼ ଝଟକା: ଗୁଜରାଟ ରାଜ୍ୟସଭା ନିର୍ବାଚନ ମାମଲାରେ କଂଗ୍ରେସ ଯାଚିକା ସୁପ୍ରିମକୋର୍ଟଙ୍କ ଦ୍ୱାରା ଖାରଜ

ନୂଆଦିଲ୍ଲୀ ୨୫-୬ (ଓଡ଼ିଆ ପୁଅ) ଆଜି ସୁପ୍ରିମ କୋର୍ଟରେ କଂଗ୍ରେସକୁ ଝଟକା ଲାଗିଛି। ସୁପ୍ରିମ କୋର୍ଟ ଗୁଜରାଟ ରାଜ୍ୟସଭା ନିର୍ବାଚନ ମାମଲାରେ ନିର୍ବାଚନ ଆୟୋଗ ବିରୁଦ୍ଧରେ ଶୁଣାଣି କରିବାକୁ ମନା କରିଦେଇଛନ୍ତି। ସୁପ୍ରିମ କୋର୍ଟ ପକ୍ଷରୁ କୁହାଯାଇଛିଯେ, ଏହି ମାମଲାର ଶୁଣାଣି ପାଇଁ ସ୍ୱତନ୍ତ୍ର ସଂସ୍ଥା ଅଛି। ତେଣୁ ନିର୍ବାଚନ କମିଶନ ଏହି ମାମଲାର ଶୁଣାଣି କରିପାରିବେ। ନିରପେକ୍ଷ ନିର୍ବାଚନ କରାଇବା ନିର୍ବାଚନ ଆୟୋଗର ଦାୟୀତ୍ତ୍ୱ।

ସବଚନାଯୋଗ୍ୟଯେ, ଗୁଜୁରାଟରେ ରାଜ୍ୟସଭା ପାଇଁ ନିର୍ବାଚନ କମିଶନର ଗୋଟିଏ ଦିନରେ ଅଲଗା ଅଲଗା ନିର୍ବାଚନ କରିବାକୁ ନେଇ ଗୁଜୁରାଟ ବିରୋଧି ଦଳ ନେତା ସୁପ୍ରିମକୋର୍ଟରେ କରିଥିବା ଆବେଦନର ସୁପ୍ରିମକୋର୍ଟ ଶୁଣାଣି କରି ଜୁନ ୨୪ତାରିଖ ସୁଦ୍ଧା ଆଦାଲତରେ ଜବାବ ରଖିବାକୁ ନିର୍ବାଚନ କମିଶନରଙ୍କୁ ନିର୍ଦେଶ ଦେଇଥିଲେ। ମାନ୍ୟବର ବିଚାରପତି ଦିପକ ଗୁପ୍ତା ଓ ବିଚାରପତି ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଅବକାଶ କାଳିନ ଖଣ୍ଡପିଠ ମାମଲାର ଶୁଣାଣି କରି ମାମଲାର ଗୁରୁତ୍ୱ ଥିବାରୁ ଜୁନ ୨୫ ତାରିଖରେ ବିଚାର କାରଯିବ ବୋଲି ନିର୍ଦେଶ ଦେଇଥିଲେ। କିନ୍ତୁ ଏହିମାମଲରେ ଶୁଣାଣି କରିବେ ନାହିଁ ବୋଲି ସୁପ୍ରିମ କୋର୍ଟ କହିଛନ୍ତି।

ପୁନଶ୍ଚ ସୂଚନାଯୋଗ୍ୟ- ଗୁଜୁରାଟ ବିଧାନସଭାର ବିରୋଧି ଦଳ ନେତା ପରେଶଭାଇ ଧନାନୀ ପକ୍ଷରୁ ନିର୍ବାଚନ କମିଶନ ଗୋଟିଏ ଦିନରେ ଗୁଜୁରାଟ ବିଧାନସଭାରେ ଅଲଗା ଅଲଗା ରାଜ୍ୟସଭା ନିର୍ବାଚନ କରିବାକୁ କରିଥିବା ବିଜ୍ଞପ୍ତିକୁ ଚାଲେଞ୍ଜ କରି ସୁପ୍ରିମ କୋର୍ଟରେ ମାମଲା ରୁଜୁ କରାଯାଇଥିଲା। ଗୁଜୁରାଟର କଂଗ୍ରେସ ଦଳପକ୍ଷରୁ ଆବେଦନରେ ଦର୍ଶାଯାଇଥିଲା ଯେ ରାଜ୍ୟରେ ହେବାକୁ ଯାଉଥିବା ୨ଟି ରାଜ୍ୟସଭା ଆସନ ନିର୍ବାଚନକୁ ଅଲଗା ଅଲଗା କରାଇବା ନିଷ୍ପତ୍ତି ଅଗଣତାନ୍ତ୍ରିକ। ନିର୍ବାଚନ କମିଶନ କେନ୍ଦ୍ର ସରକାରଙ୍କ ପ୍ରଭାବରେ ବିଜେପି ଦଳକୁ ଦୁଇଟି ସିଟରେ ଜିତାଇବାକୁ ପ୍ରୟାସ କରୁଥିବା ବିରୋଧି ଦଳ ନେତା ପରେଶ ଭାଇ ଅଭିଯୋଗ କରିଥିଲେ। ଗୋଟିଏ ଦିନରେ ଦୁଇଟି ସିଟରେ ଅଲଗା ଅଲଗା ନିର୍ବାଚନ କରାଇବା ଅଗଣତାନ୍ତ୍ରିକ ଓ ଏହା ସମ୍ବିଧାନ ବିରୋଧିବୋଲି ଆବେଦନରେ ଦର୍ଶାଯାଇଥିଲା। ଗୁଜୁରାଟରେ ଖାଲିହୋଇଥିବା ରାଜ୍ୟସଭାର ଦୁଇଟି ସିଟରେ ଜୁଲାଇ ୫ ତାରିଖରେ ନିର୍ବାଚନ ହେବାକୁ ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରିଛନ୍ତି। ଅମିତ ସାହା ଲୋକସଭା ନିର୍ବାଚନ ଜିତିବା ପ୍ରମାଣପତ୍ର ମେ ୨୩ ଓ ସ୍ମୃତି ଇରାନୀ ମେ ୨୪ ତାରିଖରେ ନିର୍ବାଚନ କମିଶନଙ୍କୁ ପ୍ରାପ୍ତି ହୋଇଥିଲା। ଏଥିପାଇଁ ଦୁଇଜଣଙ୍କ ନିର୍ବାଚନ ତାରିଖ ଗୋଟିଏ ଦିନ ଅନ୍ତରେ ହୋଇଗଲା। ଏହି କାରଣରୁ ନିର୍ବାଚନ ଅଲଗା ଅଲଗା କରାଯିବାକୁ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଥିବା ବେଳେ ନିର୍ବାଚନକୁ ଗୋଟିଏ ଦିନରେ ଅଲଗା ଅଲଗା କରାଯିବ। ଏହା କରାଗଲେ ଦୁଇଟି ଆସନରେ ବିଜେପି ଜିତିପାରିବ। ଗୁଜୁରାଟ ରାଜ୍ୟସଭାର ସଂଖ୍ୟା ଦିସାବରେ ନିର୍ବାଚନ ଜିତିବାକୁ ପ୍ରାର୍ଥୀକୁ ୬୧ଟି ଭୋଟର ଆବଶ୍ୟକ। ଗୋଟିଏ ବାଳାଟରେ ଜଣେ ଗୋଟିଏ ଭୋଟ ଦେଲେ ଏପରି ସ୍ଥଳେ କଂଗ୍ରେସ ରାଜ୍ୟସଭାରେ ଗୋଟିଏ ସିଟ ପାଇବାରେ ସଫଳ ହେବ କାରଣ ଗୁଜୁରାଟ ବିଧାନସଭାରେ ୭୧ ଜଣ ବିଧାୟକ ଅଛନ୍ତି। ନିର୍ବାଚନ କମିଶନ କରିଥିବା ବିଜ୍ଞପ୍ତି ଅନୁଯାଇ ଏକା ସହିତ ଦୁଇଟି ନିର୍ବାଚନ ନହେଲେ ବିଜେପି ୧୦୦ରୁ ଅଧିକ ବିଧାୟକ ଥିବାରୁ ଦୁଇଟି ସିଟ ଜିତିପାରିବ ବୋଲି ଆଦାଲତଙ୍କୁ ନିବେଦନରେ ଦର୍ଶାଯାଇଥିଲା।